Below header
Browsing Tag

heat warning

ସାରା ରାଜ୍ୟରେ ଅଗ୍ନି ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୩ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଜାରି ରହିଛି ଅଗ୍ନୀବର୍ଷା । ତାତି ଓ ଝାଞ୍ଜି ପବନରୁ ମିଳୁନି ତ୍ରାହୀ । ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲାଣି ପାରଦ।…

ସକାଳୁ ନାକେଦମ କଲାଣି ତାତି: ସାଢେ ୮ରେ ବାଲେଶ୍ୱର ଓ ଅନୁଗୁଳରେ ୩୬ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ। ତାତି ଆହୁରି ବଢ଼ିବ, ଲୋକେ କଲବଲ ହେବେ। ବିଶେଷ କରି ୨୭ ଓ ୨୮ରେ ସ୍ଥିତି ଅସମ୍ଭାଳ ହେବ। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ (ହିଟ୍‌ ୱେଭ୍‌-ସିଭିୟର ହିଟ୍‌ ୱେଭ୍‌)…

ଆଉ ୪୮ ଘଣ୍ଟା ନିଆଁ ବର୍ଷା: ଆଜି ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍‌): ଆଉ ୪୮ ଘଣ୍ଟା ନିଆଁ ବର୍ଷା। ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ବର୍ଷୁଛି । ଆଜି ବି ବର୍ଷିବ। ଗତକାଲି ୪୩.୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟି ଥିଲା । ସ୍ୱଭାବିକଠାରୁ ୫.୭ ଡିଗ୍ରୀ ଉପରେ ରହୁଛି ରାଜଧାନୀ ତାପମାତ୍ରା । ୪୨ ଡିଗ୍ରୀ…

ଗତକାଲି ତୁଳନାରେ ଆଜି ଭୁବନେଶ୍ବରରେ କମିଛି ତାତି, ୧୧ ଜିଲ୍ଲାକୁ ହିଟ୍ ୱେଭ୍ ୱାଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ତାତିଲା କଡେଇରେ ଭାଜି ହେଉଛି ରାଜ୍ୟ । ଜଳୁଛି ଓଡ଼ିଶା । ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ପାରଦ ୩୭.୪ ଛୁଇଁଛି। ସାମୁଦ୍ରିକ ପବନର ବୃଦ୍ଧି ଯୋଗୁ…

ମାଲକାନଗିରିରେ ଅସହ୍ୟ ଗରମ, ଶ୍ରମିକଙ୍କୁ ଦିନ ୧୧ରୁ ୩.୩୦ ପର୍ଯ୍ୟନ୍ତ କାମ ନ କରିବା ପାଇଁ ନିର୍ଦ୍ଦେଶ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲାରେ ମାର୍ଚ୍ଚରେ ଅସହ୍ୟ ଗରମ । ତାପମାତ୍ରା ୩୭ ଡିଗ୍ରୀ ପାର ହେଲାଣି । ଏହାକୁ ନଜର ରଖି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ଅଧିକାରୀ ମାନେ ସଠିକ୍ ଭାବେ…

ଆହୁରି ୨୪ ଘଣ୍ଟା ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା, ୭ ଜିଲ୍ଲା ପାଇଁ ହିଟୱେଭ୍ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ୍ : ଆହୁରି ୨୪ ଘଣ୍ଟା ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ୧୧ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛି ଅଧା ଓଡ଼ିଶା । ୭ ଜିଲ୍ଲା ପାଇଁ ହିଟୱେଭ୍ ଓ୍ଵାର୍ଣ୍ଣିଂ ଜାରି କରିଛି…