ଆହୁରି ୨୪ ଘଣ୍ଟା ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା, ୭ ଜିଲ୍ଲା ପାଇଁ ହିଟୱେଭ୍ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ୍ : ଆହୁରି ୨୪ ଘଣ୍ଟା ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ୧୧ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛି ଅଧା ଓଡ଼ିଶା । ୭ ଜିଲ୍ଲା ପାଇଁ ହିଟୱେଭ୍ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଗତକାଲି ୪୪. ୮ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୌସୁମୀ କେରଳ ଛୁଇଁବାରେ ବିଳମ୍ବ ହେଉଥିବାରୁ ଆହୁରି କିଛି ଦିନ ଗ୍ରୀଷ୍ମପ୍ରବାହରେ ଜନଜୀବନ ସନ୍ତୁଳି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.