Below header

ରାସ୍ତା ପାର୍‌ ହେବା ହେଲା କାଳ, ମହିଳାଙ୍କ ଉପରେ ଚଢିଗଲା ମାଛ ବୋଝେଇ ପିକ୍ଅପ ଭ୍ୟାନ

ରାସ୍ତା ପାର ହେବା ବେଳେ ମହିଳାଙ୍କ ଉପରେ ଚଢିଗଲା ମାଛ ବୋଝେଇ ପିକ୍ଅପ ଭ୍ୟାନ l ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଉଛନ୍ତି ଚିକରଡା ଗ୍ରାମର ମାଳତୀ ବେହେରା l

ବ୍ରହ୍ମପୁର (କେନ୍ୟୁଜ୍‌): ରାସ୍ତା ପାର ହେବା ବେଳେ ମହିଳାଙ୍କ ଉପରେ ଚଢିଗଲା ମାଛ ବୋଝେଇ ପିକ୍ଅପ ଭ୍ୟାନ l ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଉଛନ୍ତି ଚିକରଡା ଗ୍ରାମର ମାଳତୀ ବେହେରା l

ମୃତ ମାଳତୀ ସକାଳୁ ପ୍ରତିଦିନ ଭଳି ଆଜି ମଧ୍ୟ ରଣ୍ଢା ଛକ ପରିବା ବଜାରରୁ ପରିବା ନେଇ ବ୍ରହ୍ମପୁରରେ ବିକ୍ରୀ କରିବା ପାଇଁ ରାସ୍ତା ପାରି ହେଉଥିଲେ । ହେଲେ ସେହି ସମୟରେ ଇଚ୍ଛାପୁରରୁ ବ୍ରହ୍ମପୁର ପଟେ ଯାଉଥିବା ଏକ ମାଛ ବୋଝେଇ ପିକ୍ଆପ ଭ୍ୟାନ ଧକ୍କା ଦେଇଥିଲା, ଫଳରେ ମାଳତୀ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ତାହାର ମୃତ୍ୟୁ ହୋଇଥିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.