ଜୀବନ ନେଇପାରେ ହେୟାର ଷ୍ଟ୍ରେଟ୍ନିଂ, କିଡ୍ନୀ ଫେଲ୍ ହେବା ସହ ହୋଇପାରେ ଅଲସର୍
ବର୍ତ୍ତମାନ ସିଧା କେଶ ଏକ ପ୍ରକାରର ଫ୍ୟାସନ୍ ହୋଇଗଲାଣି । ସମସ୍ତ ଯୁବତୀ ଏବଂ ମହିଳା ମାନେ ନିଜର କୁଞ୍ଚ କୁଞ୍ଚିଆ କେଶକୁ ସିଧା କରିବା ପାଇଁ ଲାଗି ପଡ଼ିଛନ୍ତି । କିନ୍ତୁ ସିଧା କେଶ ସ୍ୱାସ୍ଥ୍ୟପାଇଁ କେତେ ଯେ କ୍ଷତିକାରକ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ବର୍ତ୍ତମାନ ସିଧା କେଶ ଏକ ପ୍ରକାରର ଫ୍ୟାସନ୍ ହୋଇଗଲାଣି । ସମସ୍ତ ଯୁବତୀ ଏବଂ ମହିଳା ମାନେ ନିଜର କୁଞ୍ଚ କୁଞ୍ଚିଆ କେଶକୁ ସିଧା କରିବା ପାଇଁ ଲାଗି ପଡ଼ିଛନ୍ତି । କିନ୍ତୁ ସିଧା କେଶ ସ୍ୱାସ୍ଥ୍ୟପାଇଁ କେତେ ଯେ କ୍ଷତିକାରକ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଆପଣ କେବେ ଏହି ସିଧା କେଶ କରିବା ପାଇଁ ଭାବିବେନି । ତେବେ ଏହି କେଶ ସିଧା କରିବା ଦ୍ୱାରା କିଡନି ଓ ଚର୍ମ ରୋଗ ହେଉଥିବା ଏକ ଗବେଷଣାରୁ ଜଣାପଡ଼ିଛି । ବିଶେଷ କରି ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଜଣେ ମହିଳା ଏପରି ରୋଗର ସମ୍ମୁଖୀନ ହୋଇଛନ୍ତି ।
ହଁ ଆଜ୍ଞା, ଗବେଷଣାରେ ପରୀକ୍ଷଣ ପାଇଁ ଜଣେ ମହିଳାଙ୍କୁ ନେଇଥିଲେ ଗୋପନୀୟତା ଦୃଷ୍ଟିରୁ ଆମେ ତାଙ୍କ ନାଁ ଆପଣଙ୍କୁ ଜଣାଇପାରୁନୁ । ପ୍ରସାଧନ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣ କରିପାରିବ କି ନାହିଁ ସେ ସମ୍ବନ୍ଧରେ ଅନେକ ଅଧ୍ୟୟନ କରାଯାଇଛି । କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରନ୍ତି । ଜଣେ ୨୬ ବର୍ଷର ଝିଅ କେଶ ସିଧା କରିବା ପରେ ଏହାର ପରିଣାମ ଭୋଗିବାକୁ ପଡିଲା ।
ରିପୋର୍ଟ ଅନୁଯାୟୀ, ଯୁବତୀ ଜଣକ ଜୁନ୍ ୨୦୨୦, ଏପ୍ରିଲ୍ ୨୦୨୧ ଓ ଜୁଲାଇ ୨୦୨୨ରେ କେଶ ଷ୍ଟ୍ରେଟନିଂ କରିଥିଲେ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯୁବତୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା । ହେଲେ ସେ ପ୍ରତ୍ୟେକ ଥର ସେଲୁନ୍ ଯିବା ସହ ବାନ୍ତି, ଡାଇରିଆ, ଜ୍ୱର ଓ ଅଣ୍ଟା ଦରଜ ଭଳି ଲକ୍ଷଣ ଦେଖାଯାଇଥିଲା । ଏହା ସହିତ ମୁଣ୍ଡରେ ଜ୍ୱାଳା ହେବା ସହିତ ଘା ହୋଇ ଅଲସର୍ ହୋଇଯାଇଥିଲା । ଝିଅଟିର ପୂର୍ବରୁ କିଡନୀ ନଥିଲା । କିନ୍ତୁ କେଶ ସିଧା ହେବା ପରେ ସେ ଅକ୍ସାଲେଟ୍ ନେଫ୍ରୋପାଥି କାରଣରୁ ବାରମ୍ବାର କିଡନୀ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ । ମହିଳା ଜଣକ ଡାକ୍ତରମାନଙ୍କୁ କହିଥିଲେ ଯେ ତାଙ୍କ କେଶରେ ଗ୍ଲାଇକ୍ସିଲିକ୍ ଏସିଡ୍ ଥିବା ଏକ କ୍ରିମ୍ ରେ ଚିକିତ୍ସା କରାଯାଇଥିଲା । ଯାହା ଫଳରେ ଝିଅଟି ଏଭଳି ରୋଗର ସାମ୍ନା କରିଥିଲେ ।
ଏହା ପରେ ଡାକ୍ତରମାନେ ମୂଷା ଉପରେ ପରୀକ୍ଷ ଣ ଆାରମ୍ଭ କରିଥିଲେ। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, କେଶ ଚିକିତ୍ସା ପରେ ଝିଅଟି ଅକ୍ସାଲେଟ୍ ନେଫ୍ରୋପାଥିରେ ପୀଡିତ ହୋଇଯାଇଥିଲେ, ଯେଉଁ କାରଣରୁ ସେ କିଡନୀ ନଷ୍ଟ ହେବାର ଲକ୍ଷଣ ଭୋଗୁଥିଲେ। କେଶକୁ ଭଲ କରିବା ପାଇଁ ଗ୍ଲାଇକ୍ସିଲିକ୍ ଏସିଡ୍ କେଶକୁ ସିଧା କରିବା ପ୍ରକ୍ରିୟାରେ ବ୍ୟବହୃତ ହୁଏ । ଏହି କ୍ରିମ୍ କେଶରେ ଥିବା ଡିସଲଫାଇଡ୍ ବଣ୍ଡକୁ ଭାଙ୍ଗେ, ଯାହା କେଶକୁ ପୁନଃ ରୂପ ଦେବାରେ ସାହାଯ୍ୟ କରିଥାଏ । ଗ୍ଲାଇକ୍ସିଲିକ୍ ଏସିଡ୍ ଚର୍ମ ଦେଇ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରବେଶ କରିବା ଦ୍ୱାରା ଏହି କାରଣରୁ କିଡନୀ ପ୍ରଭାବିତ ହୋଇଥାଏ । ଏବଂ ଏହା ସଠିକ୍ ଭାବରେ କାମ କରିବାରେ ସକ୍ଷମ ହୁଏ ନାହିଁ ।
ତେବେ କୁଞ୍ଚିତ କେଶକୁ ସିଧା, ନରମ ଓ ଚିକ୍କଣ କରିବା ପାଇଁ ଏହି ଷ୍ଟ୍ରେଟନିଂ ଫର୍ମୂଲା ବ୍ୟବହାର ହୋଇଆସୁଛି । ତେବେ ଏହି ଉପଚାରରେ ଏପରି ଏସିଡ୍ ବ୍ୟବହାର ବଦଳରେ ଅନ୍ୟ କିଛି ସୁରକ୍ଷିତ ସାମଗ୍ରୀ ବ୍ୟବହାର କରାଯାଉ । ଏବଂ ଏଥିରେ ବ୍ୟବହାର ହେଉଥିବା ସାମଗ୍ରୀ କେତେ ସୁରକ୍ଷିତ କି ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ ।