Below header

ହୋଣ୍ଡା ଲଞ୍ଚ କଲା Honda CB Shineର ଲିମିଟେଡ ଏଡିସନ୍, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ : ୧୨୫ ସିସି ସେଗମେଣ୍ଟରେ Honda CB Shine ଖୁବ ଲୋକପ୍ରିୟ ବାଇକ୍ ଅଟେ। ଅନେକ ଥର ଏହି ବାଇକରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରାଯାଇଛି କିନ୍ତୁ ଚଳିତ ଥର କମ୍ପାନୀ ଗ୍ରାହକଙ୍କ ପାଇଁ ଏହାର ଖାସ ଲିମିଟେଡ ଏଡିସନ୍ ଲଞ୍ଚ କରିଛନ୍ତି। ଏହି ଏଡିସନରେ ବାଇକରେ କିଛି ପରିବର୍ତ୍ତନ କରାଯିବା ସହ ଏହାକୁ ଦୁଇଟି ନୂଆ ରଙ୍ଗରେ ଅଣାଯାଇଛି। ଆସନ୍ତୁ ନଜର ପକାଇବା ବାଇକର ଫିଚର ଉପରେ।

Honda-CB-Shine-Limited-edition

Honda CB Shineର ଲିମିଟେଡ ଏଡିସନକୁ ଦୁଇଟି ନୂଆ ଡୁଆଲ-ଟୋନ କଲରରେ ଲଞ୍ଚ କରାଯାଇଛି। ଯେଉଁଥିରେ Imperial Red Metallic ଏବଂ Black Spear Silve ସାମିଲ ରହିଛି। ଦିଲ୍ଲୀରେ ଏହାର ଡ୍ରମବ୍ରେକ୍ ମଡେଲର ଏକ୍ସ-ଶୋ ରୁମ୍ ମୂଲ୍ୟ ୫୯,୦୮୩ ରହିଥିବା ବେଳେ ଡିସବ୍ରେକ ମଡେଲର ମୂଲ୍ୟ ରହିଛି ୬୩,୭୪୩ ଟଙ୍କା ରହିଛି। Honda CB Shineର ଲିମିଟେଡ ଏଡିସନରେ ବାଇଜର ଗ୍ରାଫିକ୍ସ ଡିଜାଇନ ଦିଆଯାଇଛି।

HondaCBshine

Honda CB Shineର ଲିମିଟେଡ ଏଡିସନରେ ସେହି ସମାନ ଇଞ୍ଜିନ ମିଳିବ ଯାହା ବର୍ତ୍ତମାନର ସାଇନରେ ରହିଛି। ଏଥିରେ ସିବି୧୨୫ ସିସି, ୪-ଷ୍ଟୋକ୍,ଏୟାର-କୁଲ୍ଡ, ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ରହିଛି। ଏହା ବ୍ୟତୀତ ଏଥିରେ ୪ଟି ସ୍ପିଡ ଗିୟର ରହିଛି। ଏହି ବାଇକରେ ଡିସ ଏବଂ ଡ୍ରମ୍ ବ୍ରେକର ସୁବିଧା ମିଳିବ। ଅଧିକ ସୁରକ୍ଷା ପାଇଁ ବାଇକରେ କମ୍ବୋ ବ୍ରେକ୍ ସିଷ୍ଟମ(ସିବିଏସ) ସୁବିଧା ଦିଆଯାଇଛି। ଆକଳନ ଅନୁଯାୟୀ ଭାରତରେ ହୋଣ୍ଡା ପାଖାପାଖି ୯ଲକ୍ଷ ସାଇନ ଗାଡିର ବିକ୍ରି କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.