HONORର ଏହି ଲୋକପ୍ରିୟ ମୋବାଇଲ ଗୁଡିକରେ ମିଳୁଛି ୮ହଜାର ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ : ନୂଆ ଫୋନ କିଣିବାକୁ ଚିନ୍ତା କରୁଥିଲେ ତେବେ ଅନର ଆଣିଛି ଆପଣଙ୍କ ପାଇଁ ଦମଦାର ଅଫର। ଇକମର୍ସ ସାଇଟ ଆମାଜନରେ ଚାଲିଛି ‘ଅନର ଡେ ସେଲ’। ଯେଉଁଥିରେ ଆପଣ ଲୋକପ୍ରିୟ ଅନର ମୋବାଇଲ ଗୁଡିକ ଖୁବ ଭଲ ରିହାତି ମୂଲ୍ୟରେ ନିଜର କରିପାରିବେ। ଏହି ସେଲ ଗତକାଲିରୁ ଆରମ୍ଭ ହୋଇଥିବା ବେଳେ ୩୧ ମେ ପର‌୍ୟ୍ୟନ୍ତ ଚାଲିବ। ସେଲରେ ଅନର ଫୋନର ବିଭିନ୍ନ ମାଡେଲକୁ ଗ୍ରାହକ ୮ହଜାର ଟଙ୍କା ପର୍ଯ୍ୟନ୍ତ ରିହାତିରେ କିଣିପାରିବେ। ଆସନ୍ତୁ ଜାଣିବା କେଉଁ ଅନର ମୋବାଇଲରେ କେତେ ଟଙ୍କା ପର୍ଯ୍ୟନ୍ତ ମିଳୁଛି ରିହାତି। 

honor 2

ଅନଲାଇନ ସପିଂ ସାଇଟ ଆମାଜନରେ ଦିଆଯାଇଥିବା ସୂଚନା ମୁତାବକ, ସେଲରେ ଅନର ପ୍ଳେ, Honor 10, Honor 9 Lite,Honor7C, Honor 10 Lite, Honor View 20 ଏବଂ Honor 10 liteକୁ ଶସ୍ତାରେ କିଣିପାରିବେ ଗ୍ରାହକ। Honor 9Nକୁ ମାତ୍ର ୯,୯୯୯ଟଙ୍କାରେ କିଣିପାରିବେ ଗ୍ରାହକ। ଯାହାର ବାସ୍ତବିକ ମୂଲ୍ୟ ୧୩,୯୯୯ ରହିଛି ସେହିପରି ଏହାର ୪/୧୨୮ଜିବି ମୋବାଇଲକୁ ଗ୍ରାହକ କେବଳ ୧୧,୯୯୯ଟଙ୍କାରେ କିଣିପାରିବେ। ଅର୍ଥାତ୍ ଅନର ବିଭିନ୍ନ ଲାଟେଷ୍ଟ ମୋବାଇଲ ଗୁଡିକରେ ଆପଣ ୮ହଜାର ପର୍ଯ୍ୟନ୍ତ ରିହାତି ପାଇପାରିବେ।

honor-view-20-7

ସେହିପରି ଅନର ୯ ଲାଇଟର ୪/୬୨ ଜିବି ବେରିଏଣ୍ଟକୁ ୧୬,୯୯୯ଟଙ୍କା ବଦଳରେ ଗ୍ରାହକ ମାତ୍ର ୯,୯୯୯ ଟଙ୍କାରେ କିଣିପାରିବେ। ଅନର ୧୦ଲାଇଟର ୪/୬୪ ଜିବିକୁ ୧୬,୯୯୯ ଟଙ୍କା ସ୍ଥାନରେ ୧୧,୯୯୯ ଟଙ୍କାରେ କିଣିପାରିବେ। ସେହିପରି ଏହାର ୩/୩୨ ଜିବି ବେରିଏଣ୍ଟକୁ ମାତ୍ର ୯,୯୯୯ଟଙ୍କାରେ ନିଜର କରିପାରିବେ। ଏହି ଅଫର ବିଷୟରେ ଅଧିକ ସୂଚନା ପାଇଁ ଆମାଜନ ସପିଂ ସାଇଟକୁ ମଧ୍ୟ ଯାଇ ଆପଣ ଯାଞ୍ଚ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.