Below header

ଧୋନିଙ୍କ ପ୍ରଶଂସା କଲେ ପଥିରାନା, କହିଲେ ‘ମୋ କ୍ରିକେଟ ଜୀବନରେ ବାପାଙ୍କ ଭୂମିକା ତୁଲାଉଛନ୍ତି’

ପଥିରାନା କହିଛନ୍ତି, ମୋ ବାପାଙ୍କ ପରେ ମୋ କ୍ରିକେଟ ଜୀବନରେ ବାପାଙ୍କ ଭୂମିକା ନିର୍ବାହ କରୁଛନ୍ତି ଧୋନି । ସବୁବେଳେ ମୋ ଯତ୍ନ ନେଉଛନ୍ତି, ମୋତେ ପରାମର୍ଶ ଦେଉଛନ୍ତି । ଏମିତି କେବଳ ମୋ ବାପା ହିଁ କରିଥାନ୍ତି । ମୋ ହିସାବରେ ଏହା ମୋ ପାଇଁ ବହୁତ କିଛି । ଯେତେବେଳେ ମଇଦାନରେ କି ବାହାରେ ଥାଏ ମୁଁ, ସେତେବେଳେ ମୋତେ ବେଶି କିଛି କୁହନ୍ତି ନାହିଁ ।

ଶ୍ରୀଲଙ୍କା ଏବଂ ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ମଥିଶା ପଥିରାନା ଏମଏସ ଧୋନିଙ୍କ ପ୍ରଶଂସା କରିଛନ୍ତି । ସେ ଚେନ୍ନାଇର ପୂର୍ବତନ ଅଧିନାୟକ ଧୋନିଙ୍କୁ ନିଜ ବାପାଙ୍କ ଭଳି କହିଛନ୍ତି । ପଥିରାନା ୨୦୨୨ରୁ ଚେନ୍ନାଇରେ ଖେଳୁଛନ୍ତି । ୨୧ ବର୍ଷୀୟ ପଥିରାନାଙ୍କୁ ‘ବେବି ମଲିଙ୍ଗା’ ବୋଲି କୁହାଯାଉଛି । କାରଣ ତାଙ୍କ ବୋଲିଂ ଆକ୍ସନ ପେସ୍‌ ବୋଲର ଲସିଥ ମଲିଙ୍ଗାଙ୍କ ସହିତ ସମାନ ।

ପଥିରାନା କହିଛନ୍ତି, ମୋ ବାପାଙ୍କ ପରେ ମୋ କ୍ରିକେଟ ଜୀବନରେ ବାପାଙ୍କ ଭୂମିକା ନିର୍ବାହ କରୁଛନ୍ତି ଧୋନି । ସବୁବେଳେ ମୋ ଯତ୍ନ ନେଉଛନ୍ତି, ମୋତେ ପରାମର୍ଶ ଦେଉଛନ୍ତି । ଏମିତି କେବଳ ମୋ ବାପା ହିଁ କରିଥାନ୍ତି । ମୋ ହିସାବରେ ଏହା ମୋ ପାଇଁ ବହୁତ କିଛି । ଯେତେବେଳେ ମଇଦାନରେ କି ବାହାରେ ଥାଏ ମୁଁ, ସେତେବେଳେ ମୋତେ ବେଶି କିଛି କୁହନ୍ତି ନାହିଁ । କିନ୍ତୁ ତାଙ୍କର ଛୋଟ ଛୋଟ କଥା ବହୁତ ବଡ କାମ କରେ । ତାଙ୍କ କଥାରେ ମୋତେ ଆତ୍ମବିଶ୍ୱାସ ବଢେ । ଏହି ଛୋଟ ଛୋଟ ଜିନିଷ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ।

ତେବେ ପୂର୍ବରୁ ପଥିରାନା ଧୋନିଙ୍କ ପ୍ରଶଂସା କରିଛନ୍ତି । ଧୋନିଙ୍କ ଠାରୁ ଅନେକ କିଛି ଶିଖିଛନ୍ତି ବୋଲି କହିଛନ୍ତି । ତାଙ୍କଠାରୁ ବିନମ୍ରତା ଶିଖିଛନ୍ତି, ଯାହା ତାଙ୍କୁ ଅନେକ ସଫଳତା ଦେଇଛି । ମୁଁ ଆଇପିଏଲକୁ ଯିବା ସମୟରେ ପିଲା ଥିଲି, କୌଣସି ଖେଳାଳି ମୋତେ ଚିହ୍ନିନଥିଲେ । ଧୋନି ମୋତେ ଟ୍ରେନିଂ ଦେଇଛନ୍ତି ।

ଧୋନି ପଥିରାନାଙ୍କ ଏକ ଭାଇରଲ ଭିଡିଓ ଦେଖିବା ପରେ ତାଙ୍କୁ ଚେନ୍ନାଇରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ପଥିରାନା ଜୁନ୍‌ ୨୦୨୩ରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ଶ୍ରୀଲଙ୍କା ପାଇଁ ୧୨ଟି ଦିନିକିଆ ଏବଂ ୧୨ଟି ଟି୨୦ ମ୍ୟାଚ ଖେଳିଛନ୍ତି । ପଥିରାନା ଆଇପିଏଲ ୨୦୨୪ରେ ୬ଟି ମ୍ୟାଚରେ ୧୩ଟି ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.