Below header

କୋରାପୁଟରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଅଭିଯାନ ଆରମ୍ଭ, ବିଜେଡି ଓ ଶଙ୍ଖକୁ ଆଶୀର୍ବାଦ ଦେବାକୁ କଲେ ନିବେଦନ

ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦକ୍ଷିଣରୁ ଆରମ୍ଭ କଲେ କ୍ୟାମ୍ପେନ। ପ୍ରଥମରୁ ବିରୋଧୀଙ୍କୁ ଜୋରଦାର ଆଟାକ। ବିରୋଧୀ ମିଛ କହୁଛନ୍ତି। ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲକ୍ଷ୍ମୀ ବସ୍, କାଳିଆ ଯୋଜନା ଭଲ ହୋଇଛି କି ନାହିଁ ପଚାରିଛନ୍ତି ମୁଖ୍ୟମନ୍ତ୍ରୀ । BSKY, ମମତା ଯୋଜନା ଭଲ କି ନାହିଁ ପଚାରିଛନ୍ତି।

କୋରାପୁଟ (କେନ୍ୟୁଜ): ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦକ୍ଷିଣରୁ ଆରମ୍ଭ କଲେ କ୍ୟାମ୍ପେନ। ପ୍ରଥମରୁ ବିରୋଧୀଙ୍କୁ ଜୋରଦାର ଆଟାକ। ବିରୋଧୀ ମିଛ କହୁଛନ୍ତି। ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋରାପୁଟ ଓଏମପି ପଡ଼ିଆରେ ଆୟୋଜିତ ସାଧାରଣସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କିଭଳି ଚାଲିଛି ବୋଲି ପଚାରିଥିଲେ । ଲକ୍ଷ୍ମୀ ବସ୍, କାଳିଆ ଯୋଜନା ଭଲ ହୋଇଛି କି ନାହିଁ ପଚାରିଛନ୍ତି ମୁଖ୍ୟମନ୍ତ୍ରୀ । BSKY, ମମତା ଯୋଜନା ଭଲ କି ନାହିଁ ପଚାରିଛନ୍ତି। ସେହିପରି ପୁରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଭଲ ହୋଇଛି କି ନାହିଁ ପଚାରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ଏବଂ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ନବୀନ । ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମାରାଥନ କ୍ୟାମ୍ପେନ କରିବେ। ୪ ଜିଲ୍ଲାରେ କରିବେ ପ୍ରଚାର। କୋରାପୁଟ, ରାୟଗଡ଼ା, ନବରଂଗପୁର ପରେ ସଂଧ୍ୟାରେ ପାରଳାଖେମୁଣ୍ଡିରେ ପ୍ରଚାର କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.