Below header

କାଲି ଓଡ଼ିଶା ଆସୁଛନ୍ତି ମୋଦି, ସୋମବାର ବ୍ରହ୍ମପୁରରେ ସମାବେଶକୁ କରିବେ ସମ୍ବୋଧନ

କାଲି ଓଡ଼ିଶା ଆସୁଛନ୍ତି ମୋଦି । ରାତି ୯ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ରାଜଭବନରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । ୬ ତାରିଖ ସକାଳେ ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତରେ ଯିବେ। ବ୍ରହ୍ମପୁର ଉପକଣ୍ଠ କିନିଷିଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): କାଲି ଓଡ଼ିଶା ଆସୁଛନ୍ତି ମୋଦି । ରାତି ୯ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ରାଜଭବନରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । ୬ ତାରିଖ ସକାଳେ ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତରେ ଯିବେ । ବ୍ରହ୍ମପୁର ଉପକଣ୍ଠ କିନିଷିଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ।  ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ ଜିଲ୍ଲା ପ୍ରଶାସନର ଅଧିକାରୀ, ବ୍ରହ୍ମପୁର ଏସପି , ଏସପିଜିର କର୍ମଚାରୀ ଓ ବିଭିନ୍ନ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ ।  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ଟ୍ରାଫିକ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜିର କର୍ମଚାରୀ ମୁତୟନ ରହୁଥିବା ବେଳେ ସ୍ଥାନୀୟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଧାନମନ୍ତ୍ରୀ ଦିନ ୧୦ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ଦେଢ ଘଣ୍ଟାର କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ ମୋଦି । ଏଥିଲାଗି ବିଜେପି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.