Below header

ପ୍ରତିଦିନ ଟ୍ରେନକୁ ଅପେକ୍ଷା କରେ ଏହି କୁକୁର, ଜାଣନ୍ତୁ କାହିଁକି

କୁକୁରମାନଙ୍କୁ ଭଲ ପାଇବା ଦେଲେ ସେମାନେ ନିଜ ମାଲିକଙ୍କ ପାଇଁ ଜୀବନ ଦେବାକୁ ବି ପଛାନ୍ତି ନାହିଁ । ତେବେ କୁକୁର ଓ ମଣିଷଙ୍କ ଭିତରେ ଥିବା ଭଲ ପାଇବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

କୁହାଯାଏ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ହେଉଛି କୁକୁର । କୁକୁରମାନଙ୍କୁ ଭଲ ପାଇବା ଦେଲେ ସେମାନେ ନିଜ ମାଲିକଙ୍କ ପାଇଁ ଜୀବନ ଦେବାକୁ ବି ପଛାନ୍ତି ନାହିଁ । ତେବେ କୁକୁର ଓ ମଣିଷଙ୍କ ଭିତରେ ଥିବା ଭଲ ପାଇବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିନ୍ତୁ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଆପଣଙ୍କ ହୃଦୟକୁ ଛୁଇଁବ ।

ଭାଇରାଲ ହୋଇଥିବା ଭିଡିଓରେ ଏକ କୁକୁର ଷ୍ଟେସନରେ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି । ତେବେ କୁକୁରଟି ଖାଇବା ଆଶାରେ ଏମିତି ଅପେକ୍ଷା କରିଥିବା ଜଣାପଡ଼ିଛି । ଟ୍ରେନର ଡ୍ରାଇଭର ପ୍ରତ୍ୟେକ ଦିନ କୁକୁରକୁ ଖାଇବାକୁ ଦିଅନ୍ତି । ଯାହା ଫଳରେ କୁକୁରଟି ପ୍ରତ୍ୟେକ ଦିନ ଷ୍ଟେସନରେ ଅପେକ୍ଷା କରି ରହିଥାଏ ।

ଭାଇରାଲ ହୋଇଥିବା ଭିଡିଓଟି ହାକନ କପୁକୁ ନାମକ ଜଣେ ଏକ୍ସ ୟୁଜରଙ୍କ ଦ୍ୱାରା ସେୟାର କରାଯାଇଛି । ଭିଡିଓ ସେୟାର କରିବା ସହ ହାକନ ଲେଖଛନ୍ତି, ଟ୍ରେନର ଡ୍ରାଇଭର ଦିନେ ଏହି କୁକୁରକୁ ଖାଇବାକୁ ଦେଇଥିଲେ । ପରେ କୁକୁରଟି ଟ୍ରେନର ଡ୍ରାଇଭରଙ୍କ ସହ ଟ୍ରେନକୁ ମନେ ରଖିଥିଲା ।

ଭାଇରାଲ ଭିଡିଓର ଆରମ୍ଭରେ କୁକୁରଟି ଷ୍ଟେସନରେ ଅପେକ୍ଷା କରି ରହିଥିବା ଦେଖାଯାଇଛି । ଯେମିତି ଟ୍ରେନ ଷ୍ଟେସନ ପାଖାପାଖି ପହଞ୍ଚିଥିଲା କୁକୁର ଟ୍ରେନ ସ୍ପିଡ୍‌ ସହ ଦୌଡ଼ିବାକୁ ଲାଗିଥିଲା । କୁକୁରଟି ଏଭଳି ଦୌଡ଼ୁଥିବାର କାରଣ ପ୍ରଥମେ ଜଣା ପଡ଼ିନଥିଲା । କିନ୍ତୁ ଭିଡିଓ ଆଗକୁ ବଢ଼ିବା ପରେ ଜଣା ପଡ଼ିଥିଲା ଯେ କୁକୁରଟି ଖାଦ୍ୟ ପାଇଁ ଏମିତି ଦୌଡ଼ୁଛି । ନିୟମିତ ଭାବେ କୁକୁରଟି ଏମିତି ଖାଦ୍ୟ ପାଇଁ ଡ୍ରାଇଭରଙ୍କୁ ଅପେକ୍ଷା କରିଥାଏ ।
କୁକୁରଟି ଟ୍ରେନକୁ ଦେଖିବା ପରେ ଯେଉଁଭଳି ଦୌଡ଼ିବାକୁ ଲାଗିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟ୍ରେନଟି ଅଟକିବା ପରେ କୁକୁର ମଧ୍ୟ ଅଟକି ଯାଇଥିଲା । ଧୈର୍ଯ୍ୟର ସହ କୁକୁରଟି ଖାଦ୍ୟ ପାଇଁ ଅପେକ୍ଷା କରିଥିଲା । ଡ୍ରାଇଭର ମଧ୍ୟ ହାତରେ ଧରିଥିବା ଖାଦ୍ୟକୁ କୁକୁରକୁ ଦେଇଥିଲେ । ଯାହା ପରେ କୁକୁରଟି ଖୁସିରେ ଡେଇଁବାକୁ ଲାଗିଥିଲା । ଭାଇରାଲ ହୋଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି । ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି । ତେବେ ଏହି ଭିଡିଓଟି ଲୋକଙ୍କ ହୃଦୟକୁ ଛୁଇଁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.