Below header

ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ

ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବେପରୁଆ ଗାଡି ଚଳା ଯୋଗୁ ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି।

ଢେଙ୍କାନାଳ ( କେନ୍ୟୁଜ): ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ ।  ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବେପରୁଆ ଗାଡି ଚଳା ଯୋଗୁ ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକ ହେଲେ ଶୁଭକାନ୍ତ ବେହେରା ।  ଅଷ୍ଟମ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ଘର ସନ୍ତପୁର ଗାଁରେ ।

ସୂଚନା ଅନୁସାରେ ଶୁଭକାନ୍ତ ଆଜି ଘରୁ ନାଳକୁ ସାଇକେଲ ନେଇ ଗାଧୋଇବା ପାଇଁ ଆସିଥିଲେ। ସନ୍ତପୁର ଡଉଁରି ନାଳ ବ୍ରିଜ୍ ଉପରେ ବାଲି ବୋଝରେ ଟ୍ରକ ଚଢ଼ିଯାଇ ନାଳ ତଳକୁ ଖସି ପଡ଼ିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଜେସିବି ଲଗାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.