Below header

ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ଏମିତି ରେକର୍ଡ ଯାହାକୁ ଭାଙ୍ଗିବା ଅସମ୍ଭବ

ରୋହିତ ଶର୍ମାଙ୍କୁ ଓ୍ଵାଲର୍ଡ କ୍ରିକେଟରେ ହିଟ୍‌ମ୍ୟାନ୍‌ ନାମରେ ବେଶ ଜଣାଶୁଣା । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଆଜି ୩୭ ବର୍ଷରେ ପାଦ ଦେଇଛନ୍ତି । ବିଶ୍ୱ କ୍ରିକେଟରେ ରୋହିତଙ୍କ ନାମରେ ଅନେକ ରେକର୍ଡ ରହିଛି, ଯାହାକୁ ଭାଙ୍ଗିବା କୌଣସି ଖେଳାଳି ପାଇଁ ବିଲକୁଲ ସହଜ ନୁହେଁ । ରୋହିତ ବର୍ତ୍ତମାନ ଭାରତୀୟ ଟିମ ପାଇଁ ୩ଟି ଯାକ ଫର୍ମାଟରେ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ।

ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଆଜି ୩୭ ବର୍ଷରେ ପାଦ ଦେଇଛନ୍ତି । ରୋହିତ ଶର୍ମାଙ୍କୁ ଓ୍ଵାଲର୍ଡ କ୍ରିକେଟରେ ହିଟ୍‌ମ୍ୟାନ୍‌ ନାମରେ ବେଶ ଜଣାଶୁଣା । ବିଶ୍ୱ କ୍ରିକେଟରେ ରୋହିତଙ୍କ ନାମରେ ଅନେକ ରେକର୍ଡ ରହିଛି, ଯାହାକୁ ଭାଙ୍ଗିବା କୌଣସି ଖେଳାଳି ପାଇଁ ବିଲକୁଲ ସହଜ ନୁହେଁ । ରୋହିତ ବର୍ତ୍ତମାନ ଭାରତୀୟ ଟିମ ପାଇଁ ୩ଟି ଯାକ ଫର୍ମାଟରେ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଆଗାମୀ ଟି୨୦ ବିଶ୍ୱକପରେ ମଧ୍ୟ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ମହାରାଷ୍ଟ୍ରର ନାଗପୁରର ବନସୋଦରେ ୩୦ ଏପ୍ରିଲରେ ଜନ୍ମଗ୍ରହଣ କରିଥିଲେ ରୋହିତ । ରୋହିତଙ୍କ ପୁରାନାମ ରୋହିତ ଗୁରୁନାଥ ଶର୍ମା । ୨୦୦୭ରେ ୨୩ ଜୁନରେ ଦିନିକିଆ ଡେବ୍ୟୁ କରିଥିଲେ ରୋହିତ । ସେହିପରି ଟେଷ୍ଟ କ୍ରିକେଟରେ ୨୦୧୩ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ନଭେମ୍ବରରେ ଡେବ୍ୟୁ କରିଥିଲେ । କେବଳ ସେତିକି ନୁହେଁ, ତିନିଟି ଶତକ କରିବାରେ ମଧ୍ୟ ରେକର୍ଡ କରିଛନ୍ତି ରୋହିତ ଶର୍ମା । ଟି-୨୦ ମ୍ୟାଚରେ ମାତ୍ର ୩୫ ବଲରେ ଶତକ କରିବାର କାରନାମା ମଧ୍ୟ କରିଛନ୍ତି ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଦିନିକିଆ ବିଶ୍ୱକପରେ ସବୁଠାରୁ ଅଧିକ ଶତକୀୟ ଇନିଂସ ଖେଳିଥିବା ରେକର୍ଡ ରହିଛି । ରୋହିତ ୨୦୧୯ରେ ଖେଳାଯାଇଥିବା ବିଶ୍ୱକପରେ ୫ଟି ଶତକ ମାରିଥିଲେ । ଚଳିତ ବିଶ୍ୱକପରେ ରୋହିତ ୯ଟି ମ୍ୟାରେ ୮୧ ପ୍ରତିଶତରେ ୬୪୮ ରନ କରିଥିଲେ ।

ରୋହିତଙ୍କ ନାମରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ୩ଟି ଫର୍ମାଟରେ ସବୁଠାରୁ ଲମ୍ବା ଛକା ମାରିବାର ରେକର୍ଡ ରହିଛି । ରୋହିତ ଏପର୍ଯ୍ୟନ୍ତ ଇଣ୍ଟରନ୍ୟାସନାଲ କ୍ରିକେଟରେ ୫୯୭ ଛକା ମାରିଛନ୍ତି । ଦ୍ୱିତୀୟ ସ୍ଥାନରେ କ୍ରିସ ଗେଲ୍‌ ୫୩୩ ଛକା ମାରିଛନ୍ତି । ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ରୋହିତ ଶର୍ମା ୯୦ ଛକା ମାରିଛନ୍ତି । ସେହିପରି ଓପନିଂ ବ୍ୟାଟ ଭାବେ ରୋହିତଙ୍କ ନାମରେ ସବୁଠାରୁ ଅଧିକ ଛକା ମାରିଥିବା ରେକର୍ଡ ରହିଛି । ଟି୨୦ ମ୍ୟାଚରେ ୧୬୯ ଛକା ମାରିଛନ୍ତି ରୋହିତ ।

ଦିନିକିଆ ଫର୍ମାଟରେ ରୋହିତ ସବୁଠାରୁ ଅଧିକ ଶତକୀୟ ଇନିଂସ ଖେଳିଥିବା ଖେଳାଳି ମଧ୍ୟରେ ୩ ନଂ ସ୍ଥାନରେ ରହିଛନ୍ତି । ପ୍ରଥମରେ ବିରାଟ କୋହଲି, ଦ୍ୱିତୀୟରେ ସଚିନ ଏବଂ ତୃତୀୟରେ ରୋହିତ ଶର୍ମା ରହିଛନ୍ତି । ରୋହିତ ଶର୍ମା ଏପର୍ଯ୍ୟନ୍ତ ୨୬୨ ଦିନିକିଆ ମ୍ୟାଚରେ ୩୧ଟି ଶତକ ମାରିଛନ୍ତି ।

ରୋହିତ ଶର୍ମା ଟି୨୦ ଶତକ ଲଗାଇଥିବା ପ୍ରଥମ ଭାରତୀୟ କ୍ରିକେଟର । ବର୍ଷ ୨୦୦୬-୦୭ରେ ଟି୨୦ ଫର୍ମାଟକୁ ଘରୋଇ କ୍ରିକେଟରେ ଅଣାଗଲା ଏବଂ ରୋହିତ ଶର୍ମା ଗୁଜରାଟ ବିପକ୍ଷରେ ୪୫ ବଲରେ ଶତକ ମାରିଥିଲେ । ଏଥିରେ ରୋହିତ ୪୫ ବଲରେ ୧୩ ଚଉକା ଏବଂ ୫ ଛକା ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.