Below header

ଆଖିରେ ଆଖିରେ ଭଲ ପାଇବା, ଏବେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଦିବ୍ୟାଙ୍ଗ ପ୍ରେମୀ ଯୁଗଳ

ଠାରରେ ମନ ଦିଆନିଆ । ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପ୍ରେମପକ୍ଷୀ । ଜଣେ ଜଣଙ୍କର ହାତ ଧରି ସାତ ଜନ୍ମ ପାଇଁ ସାଥି ହେଲେ ଏକ ଭିନ୍ନ ପ୍ରେମୀ ଯୁଗଳ। ବର କନିଆଁ ସାଜି ପରଷ୍ପରର ସାଥ୍‌ ଦେବାକୁ ନେଲେ ଶପଥ । ଏପରି ବିବାହ ଅନ୍ୟମାନଙ୍କ ପାଇଁ ଆର୍ଦଶ ପାଲଟିବ ନିଶ୍ଚୟ ।

ସୋର(କେନ୍ୟୁଜ): ବାହାଘର ପାଇଁ ଖୁସିର ମାହୋଲ । ବନ୍ଧୁ ବାନ୍ଧକ,ସାଙ୍ଗସାଥି ସମସ୍ତଙ୍କ ମନରେ ବେଶ୍ ଉତ୍ସାହ । ଏପଟେ ରଙ୍ଗ ବେଙ୍ଗରର ଲାଇଟ ସାଙ୍ଗକୁ ଅତି ସୁନ୍ଦର ଭାବେ ସଜା ଯାଇଛି ଷ୍ଟେଜ୍ । କାନ୍ଥରେ ଅଙ୍କାଯାଇଥିବା ବାହା ଚିତା ସମସ୍ତଙ୍କ ମନ ମୋହୁଛି । ଲେଖା ହୋଇଛି ଅସରନ୍ତି ସହିତ ସୁମନଙ୍କ ଶୁଭ ବିବାହ । ଏହି ବିବାହ ସବୁ ବିବାହ ଠାରୁ ଟିକେ ଭିନ୍ନ । ହଁ ଆଜ୍ଞା ଦେଖୁନାହାନ୍ତି କେମିତି କନିଆ ବେଶରେ ସଜେଇ ହୋଇଥିବା ଏହି ଯୁବତୀ ଜଣକ ଠାରରେ ଠାରରେ କିଛି କହୁଛନ୍ତି । ଆପଣ ଜାଣି ସାରିବେଣି କି ଆମେ କଣ କହିବାକୁ ଚାହୁଁଛୁ ।

ଆଜ୍ଞା ଆଖିରେ,ଆଖିରେ ଠାର । ଆଉ ଏହି ଠାରରୁ ଭଲ ପାଇବା । ଶେଷରେ ବିଵାହ ବନ୍ଧନରେ ଆବଦ୍ଧ ହେଲେ ପ୍ରେମୀ ଯୁଗଳ । ଆଉ ସମାଜ ପାଇଁ ସାଜିଲେ ଆର୍ଦଶ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରବାଖଇରା ବ୍ଳକ ରପେୟା ପଞ୍ଚାୟତ ବାରାପୁର ଗ୍ରାମରେ । ଏହି ଗ୍ରାମର ରମାକାନ୍ତ ପଣ୍ଡାଙ୍କ ଝିଅ ଅସରନ୍ତି । ଯାହାଙ୍କ ବାହାଘର ପାଇଁ ହୋଇଛି ଏତେ ସାଜସଜ । ବର କନ୍ୟା ଉଭୟ ଖୁବ୍ ସୁନ୍ଦର ବେଶରେ ସଜେଇ ହୋଇଛନ୍ତି । ଏପଟେ ସଜେଇ ହୋଇଛି ବାହା ବେଦି । ଜଳୁଛି ହୋମ ନିଆଁ, ମନ୍ତ୍ର ପଢୁଛନ୍ତି ବ୍ରାହ୍ମଣ । ବିବାହର ସବୁ ରୀତିନୀତି ଭିତରେ ମହକି ଯାଉଛି ପରିବେଶ ।

ସାତ ଜନ୍ମର ସାଥି ଭାବେ ପରସ୍ପରକୁ ସ୍ୱୀକାର କରିଛନ୍ତି ବର କନ୍ୟା । ଅସରନ୍ତି ଆଉ ସୁମନ । ଏହି ବିବାହରେ ରହିଛି ଟିକିଏ ଭିନ୍ନତା । ଯେମିତି ସବୁ ବାହାଘର ହୁଏ ଅସରନ୍ତି ସୁମାନଙ୍କ ବାହାଘର ଅବିକଳ ସେହି ଢଙ୍ଗରେ ହୋଇଛି । ଦେଖୁନାହାନ୍ତି ଡିଜେର ତାଳେ ତାଳେ ବରଯାତ୍ରୀ ନାଚୁଛନ୍ତି ଆଉ ଭୋଜି ଭାତ ବି ଚାଲିଛି । ଆଉ ହିନ୍ଦୁ ରୀତିନୀତିରେ ହୋଇଛି ବାହାଘର ।

ହେଲେ ରମାକାନ୍ତ ପଣ୍ଡାଙ୍କ ଏକମାତ୍ର ଝିଅ ଅସରନ୍ତି ଜନ୍ମରୁ ମୁକ ଓ ବଧିର । ସେ ଭୁବନେଶ୍ୱର ଠାରେ ଥିବା ସତ୍ୟଭାମା ଦେବୀ ମୁକବଧିର ଶିକ୍ଷା ଅନୁଷ୍ଠାନରେ ପାଠ ପଡୁଥିଲେ ।
ସେଠାରେ ଜଳେଶ୍ୱର ଅଞ୍ଚଳର ଗୁଆଗଡିଆ ଗ୍ରାମର ଲକ୍ଷ୍ମୀଧର ଦାଶଙ୍କ ପୁଅ ସୁମନଙ୍କ ସହ ତାଙ୍କର ଦେଖା ହୋଇଥିଲା । ଉଭୟଙ୍କ ମଧ୍ୟରେ ଭଲ ପାଇବା ଗଢି ଉଠିଥିଲା । ସୁମନ ମଧ୍ୟ ଜନ୍ମରୁ ମୁକ ବଧିର । ଉଭୟଙ୍କ ଭଲପାଇବାକୁ ଉଭୟ ପରିବାର ସହମତି ରହିଥିଲା । ସୁମନ ମଧ୍ୟ ବାରିପଦାରେ ଡାକ ବିଭାଗରେ କାର୍ଯ୍ୟରତ। ଶେଷରେ ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ବହୁଯାକ ଜମକରେ ସମ୍ପନ୍ନହୋଇଛି ।

ଠାରରେ ମନ ଦିଆନିଆ । ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପ୍ରେମପକ୍ଷୀ । ଜଣେ ଜଣଙ୍କର ହାତ ଧରି ସାତ ଜନ୍ମ ପାଇଁ ସାଥି ହେଲେ ଏକ ଭିନ୍ନ ପ୍ରେମୀ ଯୁଗଳ। ବର କନିଆଁ ସାଜି ପରଷ୍ପରର ସାଥ୍‌ ଦେବାକୁ ନେଲେ ଶପଥ । ଏପରି ବିବାହ ଅନ୍ୟମାନଙ୍କ ପାଇଁ ଆର୍ଦଶ ପାଲଟିବ ନିଶ୍ଚୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.