କଲରାବାଙ୍କରେ ବିଶ୍ୱଶାନ୍ତି ମହାଯଜ୍ଞ, ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଲା ସାରା ଗ୍ରାମ

କଲରାବାଙ୍କରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱଶାନ୍ତି ମହାଯଜ୍ଞ । ଏହି ଅବସରରେ ଗ୍ରାମର ବରପୁତ୍ର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗଦେଇ ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ଓ କୁନି କଥାର ସମ୍ପାଦିକା ଡକ୍ଟର ଇତିରାଣୀ ସାମନ୍ତ ଏବଂ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ପୂଜାରେ ଅଂଶଗ୍ରହଣ କରିଥିଲେ ।

କଲରାବାଙ୍କରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱଶାନ୍ତି ମହାଯଜ୍ଞ । ଗ୍ରାମର ଶ୍ରୀ ରଘୁନାଥଜୀଉ ଓ ସଂକଟମୋଚନ ମନ୍ଦିରର ସପ୍ତଦଶ ବାର୍ଷିକ ଯଜ୍ଞ ଉତ୍ସବ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ଚାରିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖପାଖ ଦଶଟି ପଞ୍ଚାୟତର ଲୋକମାନେ ଯୋଗଦେଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୂର୍ଣ୍ଣାହୁତି ଉତ୍ସବରେ ସାଧୁ ସନ୍ଥଙ୍କ ଯୋଗଦାନ ଯଜ୍ଞ ସ୍ଥଳୀରେ ଆହୁରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।

ଏହି ଅବସରରେ ଗ୍ରାମବାସୀମାନଙ୍କ ଦ୍ୱାରା ନଦୀରୁ ପାଣି ଆଣି କଳସ ଯାତ୍ରା କରାଯିବା ସହିତ ଅଙ୍କୁରାରୋପଣ, କଳାସାଧିବାସ, ଜୀବନ୍ୟାସ, କଳସ ସ୍ଥାପନା, ହୋମ ଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଭୁବନେଶ୍ୱର ୧୦୮ ହନୁମାନ ମନ୍ଦିର ଟ୍ରଷ୍ଟର ଅଧକ୍ଷ୍ୟ ବାବା ରାମ ନାରାୟଣ ଦାସ ମହାରାଜ, ଭୁବନେଶ୍ୱର ଖଣ୍ଡଗିରି ସେଣ୍ଟେନାରୀ ବଏଜ ହାଇସ୍କୁଲର ସମ୍ପାଦକ ସ୍ୱାମୀ ସିଵ ଚିଦାନନ୍ଦ ସରସ୍ଵତୀ ଓ ସହ ସମ୍ପାଦକ ସ୍ୱାମୀ ଜଗନ୍ନାଥ ନନ୍ଦ ସରସ୍ବତୀ ପ୍ରମୁଖ ଯୋଗଦେଇ ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ ।

ଯଜ୍ଞରେ କର୍ତ୍ତା ଭାବେ ସସ୍ତ୍ରୀକ ଅନ୍ତର୍ଯ୍ୟାମୀ ସାମନ୍ତ ଓ ଜୋସନ୍ନା ମିତ୍ର କାର୍ଯ୍ୟ ତୁଲାଇଥିବା ବେଳେ, ଗ୍ରାମ କମିଟିର ସଭାପତି ଅଞ୍ଜନ କୁମାର ସାମନ୍ତ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ନୀଳିମାରାଣୀ ମେମୋରିଆଲ ଚ୍ୟାରିଟେବୁଲ ଟ୍ରଷ୍ଟ ସି ଇ ଓ ଦୁର୍ଗା ଚରଣ ସାମନ୍ତ ପ୍ରମୁଖଙ୍କ ସହଯୋଗରେ ପୂଜାର୍ଚ୍ଚନା ସମ୍ପାଦନା କରିଥିଲେ । ଏହି ଅବସରରେ ଗ୍ରାମର ବରପୁତ୍ର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗଦେଇ ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ଓ କୁନି କଥାର ସମ୍ପାଦିକା ଡକ୍ଟର ଇତିରାଣୀ ସାମନ୍ତ ଏବଂ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ପୂଜାରେ ଅଂଶଗ୍ରହଣ କରିଥିଲେ ।

ଡକ୍ଟର ଅଚ୍ୟୁତ ସାମନ୍ତ ଓ ଡକ୍ଟର ଇତିରାଣୀ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ବିଜୟ କୁମାର କର ଶର୍ମାଙ୍କ ନେତୃତ୍ୱରେ ୧୫ ରୁ ଅଧିକ ପଣ୍ଡିତମାନେ ଯୋଗଦେଇ ଏହି କାର୍ଯ୍ୟ ସମ୍ପାଦନା କରିଥିଲେ । ଏହି ଅବସରରେ ସନ୍ଧ୍ୟାରେ ଭଜନ ସମାରୋହ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିରମାଳିନୀ ଆଦର୍ଶ ଗ୍ରାମ କଲରାବାଙ୍କରେ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଗ୍ରାମ । ପ୍ରଭୁଙ୍କ ପୂଜାରେ ଏକାକାର ହୋଇଯାଇଥିଲେ ଗ୍ରାମବାସୀ ।

Leave A Reply

Your email address will not be published.