Below header

ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ, ଆପଣ ବ୍ୟବହାର କରୁନାହାନ୍ତି ତ ଏହି ସବୁ ପ୍ରଡକ୍ଟ

ବଢ଼ିଲା ପତଞ୍ଜଳିର ସମସ୍ୟା । ଉତ୍ତରାଖଣ୍ଡ ଔଷଧି ବିଭାଗର ଲାଇସେନ୍ସ ପ୍ରାଧିକରଣ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ କରିଛି ।

ବଢ଼ିଲା ପତଞ୍ଜଳିର ସମସ୍ୟା । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳିର ସମସ୍ୟା କମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଔଷଧି ବିଭାଗର ଲାଇସେନ୍ସ ପ୍ରାଧିକରଣ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ କରିଛି । ଖାସ୍‌ କଥା ହେଉଛି, ଏ ସମସ୍ତ ଉତ୍ପାଦ ବଜାରରେ ବେଶ୍ ପ୍ରସିଦ୍ଧ ଏବଂ ଲୋକମାନେ ଏହାକୁ ବହୁ ପରିମାଣରେ କିଣନ୍ତି ।

ପ୍ରାଧିକରଣ ତରଫରୁ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି ଏହି ସୂଚନା ଦିଆଯାଇଛି । ଏହି ଆଫିଡେଭିଟ୍‌ରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଦିବ୍ୟ ଫାର୍ମାସି ଦ୍ୱାରା ଏବେ ମଧ୍ୟ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉତ୍ପାଦଗୁଡିକୁ ନେଇ ବିଭ୍ରାନ୍ତିକର ବିଜ୍ଞାପନ ଦିଆଯାଉଛି ।

ଡ୍ରଗ୍ ଓ ମ୍ୟାଜିକ୍ ପ୍ରତିକାର (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ ଏବଂ ଡ୍ରଗ୍ ଓ କସମେଟିକ୍ସ ଅଧିନିୟମକୁ ଉଲ୍ଲଂଘନ କରି କମ୍ପାନୀ ଏହି ଉତ୍ପାଦଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ଦେଉଛି । ଚଳିତ ମାସ ପ୍ରାରମ୍ଭରେ ଏ ସମ୍ପର୍କରେ ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

ଏହି ଆଦେଶରେ କମ୍ପାନୀକୁ କୁହାଯାଇଛି, ଡ୍ରଗ୍ ଇନ୍ସପେକ୍ଟର / ଜିଲ୍ଲା ଆୟୁର୍ବେଦିକ ଏବଂ ହରିଦ୍ୱାର ୟୁନାନି ଅଧିକାରୀଙ୍କ ଦ୍ୱାରା ସୂଚିତ କରାଯାଇଛି ଯେ ଅନ୍ତିମ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ସଂସ୍ଥା ଦ୍ୱାରା ଆବଶ୍ୟକୀୟ ସୂଚନା ଉପଲବ୍ଧ କରାଯାଇ ନାହିଁ ଏବଂ ଫାର୍ମ ଦ୍ୱାରା ଦିଆଯାଇଥିବା ସ୍ପଷ୍ଟୀକରଣ ମଧ୍ୟ ସନ୍ତୋଷଜନକ ନୁହେଁ ।

ତେଣୁ ଡ୍ରଗ୍‌ ଏବଂ କସମେଟିକ୍ସ ଆକ୍ଟ ୧୯୪୫ର ଧାରା ୧୫୯(୧) ଅନୁଯାୟୀ ଏହି ଉତ୍ପାଦଗୁଡିକର ଉତ୍ପାଦନ ଲାଇସେନ୍ସ ତୁରନ୍ତ ପ୍ରଭାବ ସହିତ ରଦ୍ଦ କରାଯାଇଛି । ଦିବ୍ୟ ଫାର୍ମାସୀକୁ ଆଦେଶ ଦିଆଯାଇଛି କି, ଏ ସମସ୍ତ ଉତ୍ପାଦକୁ ତୁରନ୍ତ ବନ୍ଦ କରି ଦିଆଯାଉ ।

ଉତ୍ତରାଖଣ୍ଡ ଔଷଧି ବିଭାଗର ଲାଇସେନ୍ସ ପ୍ରାଧିକରଣର ଆଦେଶରେ ପତଞ୍ଜଳି ଦିବ୍ୟ ଫାର୍ମାସିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ କରାଯାଇଛି । ଏହି ଉତ୍ପାଦଗୁଡ଼ିକର ନାମ ହେଲା…

-ଶ୍ୱାସାରି ଗୋଲ୍ଡ

-ଶ୍ୱାସାରି ଭାଟି

-ବ୍ରୋଞ୍ଚମ୍

-ଶ୍ୱାସାରି ପ୍ରଭାହି

-ଶ୍ୱାସାରି ଅଭଲେହ

-ମୁକ୍ତା ଭଟି ଏକ୍ସଟ୍ରା ପାଓ୍ଵାର

-ଲିପିଡୋମ୍

-ବିପି ଗ୍ରିଟ୍

-ମଧୁଗ୍ରିଟ୍‌

-ମଧୁନାଶିନୀ ଭଟି ଏକ୍ସଟ୍ରା ପାଓ୍ଵାର

-ଲିଭାମୃତ ଆଡଭାନ୍ସ

-ଲିଭୋଗ୍ରିଟ୍

-ଆଇଗ୍ରିଟ୍‌ ଗୋଲ୍ଡ

-ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.