Below header

ମାଲକାନଗିରିରେ ଏନକାଉଣ୍ଟର, ଟଳିପଡ଼ିଲେ ୭ ମାଓବାଦୀ

ଟଳିପଡ଼ିଲେ  ୭ ମାଓବାଦୀ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ ।  ପୋଲିସ ଏନକାଉଣ୍ଟରରେ  ୭ ମାଓବାଦୀ ନିହତ ।

ମାଲକାନଗିରି (କେନ୍ୟୁଜ): ଟଳିପଡ଼ିଲେ  ୭ ମାଓବାଦୀ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ ।  ପୋଲିସ ଏନକାଉଣ୍ଟରରେ  ୭ ମାଓବାଦୀ ନିହତ । ଆବୁଝାମାଡ଼ ଜଙ୍ଗଲରେ ପୋଲିସର କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି । ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ କରିଛି ପୋଲିସ । ଏବେବି ପୋଲିସ ମାଓବାଦୀ ମଧ୍ୟରେ ଚାଲିଛି ଗୁଳିବିନିମୟ । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ।

ସୂଚନା ଅନୁସାରେ ଏପ୍ରିଲ ୧୬ରେ ଛତିଶଗଡ଼ର କାଙ୍କେର ଜିଲ୍ଲା ଛୋଟେବେଠିୟା ଥାନା କଲପର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୯ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଗୁଳିବିନିମୟରେ ଆହତ ହୋଇଥିଲେ ୩ ଜଣ ସୁରକ୍ଷାକର୍ମୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ଏକେ ୪୭, ଇନସାସ, ଏସଏଲଆର, କାର୍ବାଇନ ଓ ୩୦୩ ରାଇଫଲ୍ ସ ଜବତ ହୋଇଥିଲା । ଆହତ ସୁରକ୍ଷାକର୍ମୀଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫଟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.