Below header

ବିହାର: ବରଯାତ୍ରୀ ଗାଡି ଉପରେ ଓଲଟିଲା ବାଲି ବୋଝେଇ ଟ୍ରକ, ୬ ମୃତ

ଏକ ବରଯାତ୍ରୀ ଗାଡ଼ି ସ୍କର୍ପିଓ ଉପରେ ଏକ ହାଇୱା ଓଲଟି ପଡ଼ିବା ଯୋଗୁଁ ୬ ଜଣ ବରଯାତ୍ରୀ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟମାନେ ଆହତ ହୋଇଛି । ବିହାରର ଭାଗଲପୁର ଜିଲ୍ଲାର ଆମାପୁର ଗାଁ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।

ବିହାରର ଭାଗଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ଗାଡ଼ି ସ୍କର୍ପିଓ ଉପରେ ଏକ ହାଇୱା ଓଲଟି ପଡ଼ିବା ଯୋଗୁଁ ୬ ଜଣ ବରଯାତ୍ରୀ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟମାନେ ଆହତ ହୋଇଛି । ବିହାରର ଭାଗଲପୁର ଜିଲ୍ଲାର ଆମାପୁର ଗାଁ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ସମସ୍ତ ବରଯାତ୍ରୀମାନେ ସ୍କର୍ପିଓରେ ମୁଙ୍ଗେରରୁ ପୀରପୌନ୍ତୀକୁ ବାହାଘରରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଭାଗଲପୁର ଜିଲ୍ଲାର ଧୋଧା ଥାନା ଅଞ୍ଚଳର ଆମାପୁର ଗ୍ରାମ ନିକଟସ୍ଥ ୮୦ ଜାତୀୟ ରାଜପଥରେ ଏକ ବାଲି ଭର୍ତ୍ତି ଟ୍ରକର ଚକା ଫାଟିଯିବାରୁ ଅନିୟନ୍ତ୍ରିତ ହୋଇ ସ୍କର୍ପିଓକୁ ଧକ୍କା ଦେଇଥିଲା । ବାଲି ବୋଝେଇ ଟ୍ରକଟି ସ୍କର୍ପିଓ ଉପରେ ଓଲଟିପଡିବାରୁ ଗାଡିଟି ସଂପୂର୍ଣ୍ଣ ଭାବେ ଚାପି ହୋଇପଡିଥିଲା । ଫଳରେ ଘଟଣା ସ୍ଥଳରେ ୬ ଜଣଙ୍କର ଜୀବନ ଚାଲିଯାଇଥିଲା ।

ଖବର ପାଇ ପୋଲିସ ପହଞ୍ଚି ଟ୍ରକ୍ ତଳେ ଚାପି ହୋଇଥିବା ସ୍କର୍ପିଓକୁ ବାହାର କରି ତା’ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ରେସକ୍ୟୁ ଅପରେସନ ଚାଲିଥିଲା । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ହସପିଟାଲକୁ ପଠାଯାଇଛି । ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇ ଜବାହରଲାଲ ନେହରୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ, ଛତିଶଗଡର ବମତରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ବୋଲେରୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ୨୩ ଜଣ ଗୁରୁତର ହୋଇଥିଲେ । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟପୁର AIIMSକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟମାନଙ୍କୁ ଚିକିତ୍ସା ନିମନ୍ତେ ବେମତରା ଓ ସିମଗା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.