ଡିଭାଇଡର ଭିତରେ ଯାଇ ପଶିଗଲା ଯାତ୍ରୀବାହୀ ବସ୍ , ଶକ୍ତ ଧକ୍କାରେ ବାହାରି ପଡିଲା ଚକା
ବଢି ଚାଲିଛି ସଡ଼କ ଦୁର୍ଘଟଣା ସଂଖ୍ୟା । ଏହି ଦୁର୍ଘଟଣାରେ କେତେ ଯେ ଲୋକଙ୍କ ଜୀବନ ଯାଉଛି ତାହା ନକହିବା ଭଲ । ଅବହେଳା କାରଣରୁ ହେଉ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଥମିବାର ନା ହିଁ ଧରୁନାହିଁ ।
ଜଳେଶ୍ୱର (କେନ୍ୟୁଜ): ବଢି ଚାଲିଛି ସଡ଼କ ଦୁର୍ଘଟଣା ସଂଖ୍ୟା । ଏହି ଦୁର୍ଘଟଣାରେ କେତେ ଯେ ଲୋକଙ୍କ ଜୀବନ ଯାଉଛି ତାହା ନକହିବା ଭଲ । ଅବହେଳା କାରଣରୁ ହେଉ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଥମିବାର ନା ହିଁ ଧରୁନାହିଁ । ତେବେ ଏହି ଦୃଶ୍ୟ ଦେଖିଲେ ଜାଣିପାରିବେ କେମିତି ବସିଟି ସିଧା ଡିଭାଇଡର ଭିତରେ ଯାଇ ପଶିଯାଇଛି । ରାସ୍ତାରେ ଏତେ ଜାଗା ଥାଇ ବି ବସ୍ ଟି ସିଧା ଯାଇ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା । ଏତେ ଯୋରରେ ବସ୍ ଟି ଧକ୍କା ଦେଇଥିଲା ଯେ ଡିଭାଇଡରଟି ଭାଙ୍ଗିଯିବା ସହିତ ବସ୍ ର ସାମ୍ନା ପଟ ଓ ଚକା ବାହାରି ପଡିଛି ।
ଏଭଳି ଏକ ବଡ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରେ । ତେବେ ଏହି ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ୍ ଭିତରେ ବସିଥିବା ପ୍ରାୟ ୫୦ ରୁ ଅଧିକ ଯାତ୍ରୀ । ଯାହା କୁହାଯାଉଛି କି ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍ ଟି ଭାରସାମ୍ୟ ହରାଇଥିଲା । ଆଉ ସିଧା ଯାଇ ଡିଭାଇଡରରେ ପିଟିହେଇଥିଲା । ସୌଭାଗ୍ୟ ବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।
ତେବେ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ଦାକ୍ଷାୟାନୀ ନାମକ ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ଗୋଟାଏ ସମୟରେ ଇନ୍ଦିରାଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଡ଼୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବସର ସମସ୍ତ କର୍ମଚାରୀ ଫେରାର ଅଛନ୍ତି । ଖବର ପାଇ ବସ୍ତା ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନ ପହଞ୍ଚି ଯାତ୍ରୀ ମାନଙ୍କୁ ଅନ୍ୟ ଏକ ବସରେ ଗନ୍ତବ୍ୟ ସ୍ଥଳକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।
ଏପଟେ ଆଜିକାଲି ରାସ୍ତାରେ ମନ ଇଚ୍ଛା ଗାଡ଼ି ଚଳାଉଛନ୍ତି ଗାଡ଼ି ଚାଳକ। କଏ ରେଡ୍ ଲାଇଟ୍ ଅତିକ୍ରମ କରି ପଳାଉଛି ତ ଆଉ କିଏ ବିପରିତ ଦିଗରେ ଯାଉଛି । ଆଉ କିଏ ନିଜର ଅବହେଳା କାରଣରୁ ଯାତ୍ରୀଙ୍କ ଜୀବନକୁ ବାଜି ଲଗାଉଛି । ଯେଉଁଥିପାଇଁ ଅନେକ ସମୟରେ ବଡ ବଡ ଦୁର୍ଘଟଣା ଘଟୁଛି ଆଉ ଅନେକ ନୀରିହଙ୍କ ଜୀବନ ଯାଉଛି ।