Below header

କାଲି ଆଶ୍ବସ୍ତି, ଆଜି ପୁଣି ତାତି; ୮ଟା ୩୦ ସୁଦ୍ଧା ତାଳଚେରରେ ୩୭.୨ ଡିଗ୍ରୀ ରେକର୍ଡ

କାଲି ଆଶ୍ବସ୍ତି, ଆଜି ପୁଣି ତାତି । ସକାଳୁ ୩୭ ଡିଗ୍ରୀ ଟପିଛି ପାରଦ । ୮ଟା ୩୦ ସୁଦ୍ଧା ତାଳଚେରରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ଆଉ ୨୪ ଘଣ୍ଟା ଭୀଷଣ ଗ୍ରୀଷ୍ମଲହରୀ । ଆଜି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): କାଲି ଆଶ୍ବସ୍ତି, ଆଜି ପୁଣି ତାତି । ସକାଳୁ ୩୭ ଡିଗ୍ରୀ ଟପିଛି ପାରଦ । ୮ଟା ୩୦ ସୁଦ୍ଧା ତାଳଚେରରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭବାନୀପାଟମାରେ ୩୬.୨, ବଲାଙ୍ଗିରରେ ୩୫.୪, ମାଲକାନଗିରିରେ ୩୫ ଓ ଝାରସୁଗୁଡ଼ାରେ ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଆଉ ୨୪ ଘଣ୍ଟା ଭୀଷଣ ଗ୍ରୀଷ୍ମଲହରୀ ।  ଆଜି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଗତକାଲି ଅପରାହ୍ଣରେ କାଳବୈଶାଖୀ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା ।  ୫ତାରିଖରୁ କାଳବୈଶାଖୀ ପ୍ରଭାବ ବଢ଼ିବା ସହ ତାତି କମିବ ।  ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।  ୬ ଓ ୭ତାରିଖରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.