Below header

ମହାପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ, ଦୌଡି ଦୌଡି ନାମାଙ୍କନ ପାଇଁ ବାହାରିଲେ ମନ୍ମଥ

ନିଆରା ଢଙ୍ଗରେ ନାମାଙ୍କନ ଭରିବେ ମନ୍ମଥ ରାଉତରାୟ । ଶଙ୍ଖ ଫୁଙ୍କି, ଦୌଡି ଦୌଡି ନୋମିନେସନ ଦାଖଲ ପାଇଁ ବାହାରିଛନ୍ତି ମନ୍ମଥ । ଯାହାର ଭିଜୁଆଲ୍ ଏବେ ଆପଣଙ୍କ ସାମ୍ନାରେ । ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିସାରିବା ପରେ ଆଶୀର୍ବାଦ ନେଇ ବାହାରିଛନ୍ତି ମନ୍ମଥ ।

ଭୁବନେଶ୍ୱର(କେନ୍ୟୁଜ୍) : ନିଆରା ଢଙ୍ଗରେ ନାମାଙ୍କନ ଭରିବେ ମନ୍ମଥ ରାଉତରାୟ । ଶଙ୍ଖ ଫୁଙ୍କି, ଦୌଡି ଦୌଡି ନୋମିନେସନ ଦାଖଲ ପାଇଁ ବାହାରିଛନ୍ତି ମନ୍ମଥ । ଯାହାର ଭିଜୁଆଲ୍ ଏବେ ଆପଣଙ୍କ ସାମ୍ନାରେ । ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିସାରିବା ପରେ ଆଶୀର୍ବାଦ ନେଇ ବାହାରିଛନ୍ତି ମନ୍ମଥ ।

ଭୁବନେଶ୍ୱର ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ସେ । ମହାପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଛନ୍ତି । ନାମାଙ୍କନ ଭିବାବ ପୂର୍ବରୁ ସେ କହିଛନ୍ତି ମୋ ମାଆ ବାପାଙ୍କ ଆଶୀର୍ବାଦ ନେଇ ବାହାରିଲି ।

ମୋର ସବୁଠୁ ପ୍ରିୟ କାମ ହେଉଛି ଦୌଡ଼ିବା ସେଥି ପାଇଁ ଆଜି ପ୍ରଭୁଙ୍କ ଆଶୀର୍ବାଦ ନେଇ ବାହାରୁଛି । ମୁଁ ପାଇକ ପୁଅ । ପାଇକ ପୁଅ ଶକ୍ତି ପ୍ରଦର୍ଶନ କରୁଛି । ନବୀନ ବାବୁଙ୍କ ବିକାଶର କାର୍ଯ୍ୟକୁ ନେଇ ଓଡ଼ିଆ ଅସ୍ମିତାକୁ ଆଗକୁ ନେବି । ଏଥର ବିଜୟ ନିଶ୍ଚିତ ।

ତେବେ ଲିଙ୍ଗରାଜ ମନ୍ଦିରରୁ ଦୌଡି ଦୌଡି ଖୋର୍ଦ୍ଧାରେ ପହଁଚିବା ପରେ ସେ ପ୍ରଥମେ ପଞ୍ଚସଖାଙ୍କ ପାଖକୁ ଯାଇ ସେଠାରେ ମୁଣ୍ଡିଆ ମାରିବା ପରେ ସିଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ, ଏବଂ ସେଠାରେ ନାମାଙ୍କନ ଭରିବେ ବୋଲି ସେ କହିଛନ୍ତି ।

ତେବେ ଭୁବନେଶ୍ୱରରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ମନ୍ମଥ ରାଉତରାୟ । ସେ ହେଉଛନ୍ତି ଭେଟରାନ ନେତା ସୁର ରାଉତରାୟଙ୍କ ପୁଅ । ସୁର ବି ପୁଅ ପାଇଁ ଦିନ ରାତି ଏକ କରିଦେଇଛନ୍ତି । ଏପଟେ ଭୁବନେଶ୍ୱର ଲୋକସଭା ଆସନରୁ ମନ୍ମଥ ରାଉତରାୟଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ତେବେ ଭୁବନେଶ୍ୱରରେ ଏଥର ଅପରାଜିତା ଷଡଙ୍ଗୀ ବନାମ ମନ୍ମଥ ରାଉତରାୟ । କିଏ ମାରିବ ବାଜି ? ତାହା ନିର୍ବାଚନ ଫଳାଫଳ ଅଆସିବା ପରେ ହିଁ ଜଣାପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.