Below header

ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ସ୍ତ୍ରୀ ମୃତ, ବର୍ତ୍ତିଗଲେ ସ୍ବାମୀ

କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିରେ ଯାଉଥିବା ବେଳେ ଦମ୍ପତିଙ୍କୁ ଧକ୍କା ଦେଲା ଟ୍ରକ୍‌। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାମୀ ।ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ୍ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

କଟକ (କେନ୍ୟୁଜ): କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିରେ ଯାଉଥିବା ବେଳେ ଦମ୍ପତିଙ୍କୁ ଧକ୍କା ଦେଲା ଟ୍ରକ୍‌। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାମୀ ।

ସୂଚନା ଅନୁସାରେ ଦମ୍ପତି ଗତିରାଉତପାଟଣା ଅଞ୍ଚଳର ବୋଲି ଜଣାପଡିଛି । ଆଜି ସକାଳୁ ସ୍ୱାମୀ ସ୍ତ୍ରୀ ସ୍କୁଟି ଯୋଗେ କଟକ ଆସୁଥିବା ବେଳେ ଦୁର୍ଗା ମଣ୍ଡପ ନିକଟରେ ଟ୍ରକ୍ ଟି ପଛପଟୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ପଛରେ ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ସ୍ୱାମୀଙ୍କ ଜୀବନ ବଞ୍ଚି ଯାଇଛି । ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ୍ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.