Below header

ଶ୍ରୀବାଣୀକ୍ଷେତ୍ରରେ ରଥକାଠ ଅନୁକୂଳ, ୨୯ରେ ଭଉଁରୀ ଯାତ୍ରା

ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀବାଣୀକ୍ଷେତ୍ରର ପ୍ରଥମସେବକ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମାପନ ହେବାପରେ ମହାପ୍ରଭୁଙ୍କ ଚାପ ଆରମ୍ଭ ହୋଇଥଲା ।

ଆଜି ପବିତ୍ର ଅକ୍ଷୟ ତୃତୀୟା । ପରମ୍ପରା ଅନୁଯାୟୀ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ । ଆଜି ସକାଳ ୯ଟାରେ ଶ୍ରୀବାଣୀକ୍ଷେତ୍ରରେ ବିଧି ମୁତାବକ ନୌକା ପ୍ରତିଷ୍ଠା ହେବାପରେ ଅପରାହ୍ନରେ ରଥକାଠ ଅନୁକୂଳ ହୋଇଥିଲା । ଶ୍ରୀବାଣୀକ୍ଷେତ୍ରର ପ୍ରଥମସେବକ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମାପନ ହେବାପରେ ମହାପ୍ରଭୁଙ୍କ ଚାପ ଆରମ୍ଭ ହୋଇଥଲା । ବିଧି ଅନୁସାରେ ୨୧ ଦିନ ଦିନ ଚାପ ଓ ୨୦ ଦିନ ରାତ୍ର ଚାପ ହେବ । ୨୯ ତାରିଖରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହେବ । ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାପ ଦେଖିବାକୁ କିସ୍ ପରିସରରେ ବହୁ ଭକ୍ତ ସମାଗମ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.