Below header

ତପ୍ତପାଣି ଘାଟିରେ ଅଘଟଣ, ବୋରୱେଲ ଖୋଳିବା ଗାଡ଼ି ଓଲଟି ୧୦ ଆହତ

ବୋରୱେଲ ଖୋଳିବା ଗାଡ଼ି ଓଲଟି ୧୦ ଆହତ । ଗଞ୍ଜାମ ତପ୍ତପାଣି ଘାଟିରେ ବୋରୱେଲ ଖୋଲିବା ଗାଡ଼ି ଓଲଟିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ବ୍ରହ୍ମପୁର ଗାନ୍ଧୀ ନଗରରୁ ବୋରୱେଲ ଖୋଳା ଗାଡ଼ି ଗଜପତି ଜିଲ୍ଲା ପାଣିଗଣ୍ଡାକୁ ଯାଉଥିଲା ।

ବ୍ରହ୍ମପୁର(କେନ୍ୟୁଜ): ବୋରୱେଲ ଖୋଳିବା ଗାଡ଼ି ଓଲଟି ୧୦ ଆହତ । ଗଞ୍ଜାମ ତପ୍ତପାଣି ଘାଟିରେ ବୋରୱେଲ ଖୋଲିବା ଗାଡ଼ି ଓଲଟିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ବ୍ରହ୍ମପୁର ଗାନ୍ଧୀ ନଗରରୁ ବୋରୱେଲ ଖୋଳା ଗାଡ଼ି ଗଜପତି ଜିଲ୍ଲା ପାଣିଗଣ୍ଡାକୁ ଯାଉଥିଲା ।

ତପ୍ତପାଣି ଘାଟିରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଆହତ ଶ୍ରମିକମାନେ ଫୁଲବାଣୀ ଅଞ୍ଚଳର ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ପ୍ରଥମେ ଆହତଙ୍କୁ ଉଦ୍ଧାର କାର୍ଯ୍ୟ ରେ ଲାଗିଥିଲେ ।

ଏହାପରେ ଆମ୍ବୁଲାନ୍ସରେ ଆହତଙ୍କୁ ନିଆଯାଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଠ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.