Below header

୧୪ତମ ପପଙ୍କା ପାହାଡ ମହୋତ୍ସବ ୨୦୨୪

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ପପଙ୍କା ପାହାଡ ପାଦ ଦେଶରେ ଗୁରୁବାର ଆରମ୍ଭ ହୋଇଛି ୧୪ ତମ ପପଙ୍ଗା ପାହାଡ଼ ମହୋତ୍ସବ ୨୦୨୪ । ମହୋତ୍ସବରେ କଳା , ସଂସ୍କୃତି , ଐତିହ୍ୟ ଏବଂ ଧାର୍ମିକ ଚେତନାର ଝଲକ ଦେଖିବାକୁ ମିଳିଥିଲା । 

ବରଗଡ଼(କେନ୍ୟୁଜ): ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ପପଙ୍କା ପାହାଡ ପାଦ ଦେଶରେ ଗୁରୁବାର ଆରମ୍ଭ ହୋଇଛି ୧୪ ତମ ପପଙ୍ଗା ପାହାଡ଼ ମହୋତ୍ସବ ୨୦୨୪ । ମହୋତ୍ସବରେ କଳା , ସଂସ୍କୃତି , ଐତିହ୍ୟ ଏବଂ ଧାର୍ମିକ ଚେତନାର ଝଲକ ଦେଖିବାକୁ ମିଳିଥିଲା ।

ତେବେ ପପଙ୍କା ପାହାଡ ପାଦ ଦେଶରେ ଥିବା ଛବିଳ ସାଏ ମଞ୍ଚ ଆରମ୍ଭ ହୋଇଛି ଏହି ପପଙ୍ଗା ପାହାଡ଼ ମହୋତ୍ସବ । ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇବା ପରେ ଏହି ମାଟିର ବୀର ପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଗାଥାକୁ ଲୋକଲୋଚନକୁ ଆଣିବା ସହ ନିଜ ଅଞ୍ଚଳର ଲୋକକଳା, ସଂସ୍କୃତି, ଐତିହ୍ୟ ଏବଂ ଧାର୍ମିକ ଭାବନାକୁ ଜାଗ୍ରତ କରିବା ସହ ନୂଆ କଳାକାର ସୃଷ୍ଟି କରି ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପପଙ୍ଗା ପାହାଡ଼ ମହୋତ୍ସବର ପରିକଳ୍ପନା ବୋଲି ମହୋତ୍ସବ ସମିତିର ସଭାପତି ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।

ଢୋଲ , ନିଶାନା , ତାସା ସହ ଓଡ଼ିଆ ଅସ୍ମିତା ର ଝଳକ ରେ ଦଳୁକୁଛି ମଞ୍ଚ । ଓଡ଼ିଶା ଭଜନ ଏବଂ ସମ୍ବଲପୁର ଗୀତ ର ତାଳେ ତାଳେ ଝୁମୁଛନ୍ତି ଦର୍ଶକ । ଏହାସହ ଅଭିନେତ୍ରୀ ଜାଗୃତି ରଥ ଏବଂ ଶାଶ୍ୱତ ଯୋଶୀଙ୍କ ନୃତ୍ୟ ଗୀତ ଆକୃଷ୍ଟ କରିଥିଲା ହଜାର ହଜାର ହଜାର ଦର୍ଶକକୁ । ଏଭଲି ମଞ୍ଚ ପାଇ ବେଶ ଖୁସି କଳାକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.