ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ଅଂଚଳରେ ମାଓବାଦୀ ପୋଷ୍ଟର
ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବଡ ବାଲିଜୋର, ସୋୟମ୍ବା, ରାନଝଡା ଅଂଚଳରେ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ସାପ୍ତାହିକ ହାଟ ଓ ଗଛରେ ମାଓ ପୋଷ୍ଟର, ବ୍ୟାନର ଦେଖିବାକୁ ମିଳିଛି ।

ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ଅଂଚଳରେ ମାଓବାଦୀ ପୋଷ୍ଟର । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବଡ ବାଲିଜୋର, ସୋୟମ୍ବା, ରାନଝଡା ଅଂଚଳରେ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ସାପ୍ତାହିକ ହାଟ ଓ ଗଛରେ ମାଓ ପୋଷ୍ଟର, ବ୍ୟାନର ଦେଖିବାକୁ ମିଳିଛି । ଏଥିରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ମାଓବାଦୀ । ପୋଷ୍ଟର, ବ୍ୟାନର ଲଗାଇ ପୁଣି ମାଓବାଦୀମାନେ ଅଞ୍ଚଳରେ ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି । କେ. ବଲାଙ୍ଗ ପୋଲିସ ଘଟଣାର ତଦନ୍ତ ଚଳାଇଛି ।