ମାର୍କେଟକୁ ଆସିଲା ଇଲେକ୍ଟ୍ରିକ୍‌ ଚାମଚ୍‌, ଏବେ ଖାଦ୍ୟରେ ଦରକାର ହେବନି ଲୁଣ

ଆପଣ ଇଲେକ୍ଟ୍ରିକ୍‌ କୁକର, ଇଲେକ୍ଟ୍ରିକ୍‌ ବ୍ରସ୍‌ ବିଷୟରେ ଜାଣିଥିବେ । କିନ୍ତୁ ଆପଣମାନେ ହୁଏତ କେବେ ଇଲେକ୍ଟ୍ରିକ୍‌ ଚାମଚ ବିଷୟରେ ଶୁଣିନଥିବେ । ଏବେ ମାର୍କେଟକୁ ଆସିଯାଇଛି ଇଲେକ୍ଟ୍ରିକ୍‌ ଚାମଚ । ଲୁଣ ବ୍ୟବହାର କମାଇବା ପାଇଁ ଜାପାନର ଏକ ଡ୍ରିଙ୍କସ୍‌ କମ୍ପାନୀ ଗ୍ରୀନ୍ ହୋଲ୍ଡିଂସ ଏକ ନୂଆ ଚାମଚ ଆଣିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଜଣେ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମ୍ ଲୁଣ ଖାଇବା ଉଚିତ୍ । ଏହା ଠାରୁ ଅଧିକ ଲୁଣ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ଥାଏ । କିନ୍ତୁ ଅଧ୍ୟୟନରୁ ଜଣାପଡିଛି ଯେ ଭାରତ ସମେତ ଅନେକ ଦେଶରେ ଖାଦ୍ୟରେ ଅତ୍ୟଧିକ ଲୁଣ ସେବନ କରନ୍ତି । ଜାପାନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି । ଜାପାନର ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ପ୍ରାୟ ୧୦ ଗ୍ରାମ ଲୁଣ ଖାଇଥାନ୍ତି । ଏହି ସମସ୍ୟାକୁ ନଜରରେ ରଖି ଜାପାନ ଏକ ବଢ଼ିଆ ଜିନିଷ ପ୍ରସ୍ତୁତ କରିଛି । ଯେଉଁଥିରେ ଖାଦ୍ୟ ଖାଇଲେ ଆପଣଙ୍କୁ ଲୁଣର ଆବଶ୍ୟକତା ପଡ଼ିବନି । ଏବଂ ଖାଦ୍ୟରେ ଲୁଣର ମାତ୍ରା ଥିବା ଆପଣମାନେ ଅନୁଭବ କରିପାରିବେ ।

ଆପଣ ଇଲେକ୍ଟ୍ରିକ୍‌ କୁକର, ଇଲେକ୍ଟ୍ରିକ୍‌ ବ୍ରସ୍‌ ବିଷୟରେ ଜାଣିଥିବେ । କିନ୍ତୁ ଆପଣମାନେ ହୁଏତ କେବେ ଇଲେକ୍ଟ୍ରିକ୍‌ ଚାମଚ ବିଷୟରେ ଶୁଣିନଥିବେ । ଏବେ ମାର୍କେଟକୁ ଆସିଯାଇଛି ଇଲେକ୍ଟ୍ରିକ୍‌ ଚାମଚ । ଲୁଣ ବ୍ୟବହାର କମାଇବା ପାଇଁ ଜାପାନର ଏକ ଡ୍ରିଙ୍କସ୍‌ କମ୍ପାନୀ ଗ୍ରୀନ୍ ହୋଲ୍ଡିଂସ ଏକ ନୂଆ ଚାମଚ ଆଣିଛି । ‘ଇଲେକ୍ଟ୍ରିକ୍ ଲୁଣ ଚାମଚ’ ନାମକ ଏହି ଚାମଚ ପ୍ଲାଷ୍ଟିକ୍ ଏବଂ ଧାତୁରେ ତିଆରି ହୋଇଛି । ଏହାର ଓଜନ ୬୦ ଗ୍ରାମ ଏବଂ ଏହା ରିଚାର୍ଜେବଲ ଲିଥିୟମ୍ ବ୍ୟାଟେରୀ ଦ୍ୱାରା ଚାଲିଥାଏ ।

ଏହି ଚାମଚକୁ ବ୍ୟବହାର କରିବା ପାଇଁ ଏକ ସୁଇଚ୍ ଦିଆଯାଇଛି । ଯେତେବେଳେ ଚାମଚକୁ ଖାଦ୍ୟ ସହିତ ପାଟିରେ ରଖିବେ ସେଥିରେ ଏକ ପତଳା ବିଦ୍ୟୁତ୍‌ କ୍ଷେତ୍ର ସୃଷ୍ଟି ହୁଏ, ଯାହା ଜିଭରେ ଲୁଣର ସ୍ୱାଦ ସୃଷ୍ଟି କରୁଥିବା ଅଣୁଗୁଡ଼ିକୁ ବଢ଼ାଇଥାଏ ଏବଂ ଆପଣଙ୍କୁ ଖାଦ୍ୟରେ ଲୁଣର ସ୍ୱାଦ ଅନୁଭବ ହେବ ।

ଖାଦ୍ୟରେ ଲୁଣ ନଥିଲେ ବି ଯେତେବେଳେ ଆପଣ ଏହି ଚାମଚରେ ଖାଇବେ ସେତେବେଳେ ଆପଣଙ୍କୁ ଖାଦ୍ୟରେ ଲୁଣର ସ୍ୱାଦ ଅନୁଭବ ହେବ । ଏହି ଚାମଚ ଦ୍ୱାରା ଆପଣ ସୁପ୍, ଭାତ, ନୁଡଲ୍ସ ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇପାରିବେ । ଏହି ଚାମଚ୍‌ ଆପଣଙ୍କ ଲୁଣର ବ୍ୟବହାରକୁ ବହୁ ମାତ୍ରାରେ କମ କରିବ । ଗବେଷକମାନଙ୍କ କହିବା ଅନୁସାରେ ଏହି ଚାମଚରେ ଖାଦ୍ୟ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ମେ ମାସରେ ପ୍ରାୟ ୨୦୦ ଇଲେକ୍ଟ୍ରିକ୍‌ ଚାମଚ ବିକ୍ରି ପାଇଁ ତିଆରି କରାଯାଇଛି । ଜୁନ୍ ମାସରେ ରିଟେଲ୍‌ ଷ୍ଟୋରରେ ଏହି ଚାମଚ ସେଲ୍‌ ପାଇଁ ଉପଲବ୍ଧ ହେବ । ଗ୍ରୀନ୍ ହୋଲ୍ଡିଂର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ଯେଉଁ ୱେବସାଇଟଗୁଡ଼ିକରେ ଏହା ବିକ୍ରି ହେବ ତାହା ଶୀଘ୍ର ଘୋଷଣା କରାଯିବ। ଯଦି ଆପଣଙ୍କର ବି ଲୁଣ ଖାଇବା ଅଭ୍ୟାସ ଅଛି ଏହି ଚାମଚ ଆପଣଙ୍କ ଲୁଣ ଖାଇବା ଅଭ୍ୟାସକୁ କମ୍‌ କରିବ । ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । କୁହାଯାଉଛି ଖୁବଶୀଘ୍ର ଏହି ଚାମଚ ଭାରତରେ ଉପଲବ୍ଧ ହେବ ।

Leave A Reply

Your email address will not be published.