ଶରୀରକୁ ହାଇଡ୍ରେଟ କରିବାରେ ବେଶ ସହାୟକ ହୁଏ ତାଳସଜ, ଆପଣଙ୍କୁ କେତେ ପସନ୍ଦ

ତାଳସଜ ଏବେ ଗାଁ ଗହଳିର ରାସ୍ତା କଡ଼ରେ ପ୍ରବଳ ମାତ୍ରାରେ ବିକ୍ରି ହେଉଛି । ବିଭିନ୍ନ ଛକ, ରାସ୍ତା କଡ଼, ଜନଗହଳି ପୂର୍ଣ୍ଣ ଛକରେ ଗାଁ ଗହଳିର ଲୋକେ ତାଳସଜ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

କଣ୍ଟାବାଞ୍ଜି (କେନ୍ୟୁଜ) : ଆପଣମାନେ ତ ଜାଣିଥିବେ ଯେ ଗ୍ରୀଷ୍ମ ଋତୁ ମାନେ ତାଳସଜ । ଗାଁ ଠୁ ନେି ସହର ପର୍ଯ୍ୟନ୍ତ ସବୁଠି ତାଳସଜର ଭାରି ଚାହିଦା । ତାଳସଜ ଏବେ ଗାଁ ଗହଳିର ରାସ୍ତା କଡ଼ରେ ପ୍ରବଳ ମାତ୍ରାରେ ବିକ୍ରି ହେଉଛି । ବିଭିନ୍ନ ଛକ, ରାସ୍ତା କଡ଼, ଜନଗହଳି ପୂର୍ଣ୍ଣ ଛକରେ ଗାଁ ଗହଳିର ଲୋକେ ତାଳସଜ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ଆଉ ଏହାରି ଭିତରେ ରାସ୍ତା କଡ଼ରେ ତାଳସଜ ବେପାର ଜମୁଥିବା ଦେଖିବାକୁ ମିଳୁଛି । ତାଳସଜରେ ଜଳୀୟ ଅଂଶ ଥିବାରୁ ଖରାଦିନେ ଏହା ଶରୀର ପାଇଁ ବେଶ ଉପକାରୀ । କଷି ତାଳରେ ସାଧାରଣତଃ ପାଣି ଥିବା ବେଳେ ଏହା ପାଟିକୁ ବେଶ ସୁଆଦିଆ ଲାଗିଥାଏ ଏବଂ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ବି, ଆଇରନ, ପୋଟାସିୟମ, ଫସଫରସ , କ୍ୟାଲସିୟମ ରହିଥିବାରୁ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥି ସହିତ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ ରଖିବା, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଓ ସୁଗାରକୁ ନିୟନ୍ତ୍ରଣ କରିବାରେ ତାଳସଜ ସହାୟକ ହୋଇଥାଏ ।

ତାଳସଜ ବାହାରୁ ନଡ଼ିଆ ପରି ଦେଖାଯାଏ କିନ୍ତୁ ଏହାର ଗଠନ ଭିତରୁ ଲିଚି ପରି । ତାଳସଜ କେବଳ ନଡ଼ିଆ ସହିତ ସମାନ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମାନ ଲାଭଦାୟକ ହୋଇଥାଏ । ତେବେ ଫାଇବର, ଭିଟାମିନ୍ A, ଭିଟାମିନ୍ K ପରି ପୁଷ୍ଟିକର ଖାଦ୍ୟ ତାଳସଜରେ ପ୍ରଚୁର ପରିମାଣରେ ମିଳିଥାଏ । ଆପଣ ଏହାକୁ ଖାଇବା ମାତ୍ରେ ଶରୀର ତୁରନ୍ତ ହାଇଡ୍ରେଟ୍ ହୋଇଯାଏ ଏବଂ ପେଟ ଥଣ୍ଡା ହୋଇଥାଏ । ଯଦି ଆପଣ ମେ’ର ଏହି ଭୟଙ୍କର ଖରାରେ ମଧ୍ୟ ଅସୁବିଧାରେ ପଡୁଛନ୍ତି, ତେବେ ଏହି ଫଳ ଖାଇବା ଆପଣଙ୍କ ପାଇଁ ବହୁତ ଭଲ ହେବ ।

କଣ୍ଟାବାଞ୍ଜି ଅଞ୍ଚଳରେ ତ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ କଣ୍ଟାବାଞ୍ଜି ଅଞ୍ଚଳରେ ଏ ବର୍ଷ ତାଳସଜ ବେପାର ଜମୁଥିବା ଦେଖୁବାକୁ ମିଳୁଛି । ଏଥିରେ ଭିଟାମିନ ବି, ଆଇରନ, ପୋଟାସିୟମ, ଫସଫରସ, କ୍ୟାଲସିୟମ ରହିଥିବାରୁ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥି ସହିତ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ ରଖୁବା, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଓ ସୁଗରକୁ ନିୟନ୍ତ୍ରଣ କରିବାରେ ତାଳସଜ ସହାୟକ ହୋଇଥାଏ । ବିଭିନ୍ନ ଛକ, ରାସ୍ତା କଡ଼, ଜନଗହଳି ପୂର୍ଣ୍ଣ ଛକରେ ଗାଁ ଗହଳିରେ ଲୋକେ ତାଳସଜ ବିକ୍ରି କରୁଥିବା ଦେଖୁବାକୁ ମିଳିଛି। ଗ୍ରାହକମାନେ ମଧ୍ୟ ତାଳସଜକୁ କିଣି ବେଶ ଆନନ୍ଦ ସହକାରେ ଖାଉଛନ୍ତି । କଅଁଳ ସୁଆଦିଆ ତାଳସାଜ ଖାଇବାକୁ ସବୁ ବର୍ଗର ଲୋକଙ୍କ ଭିଡ଼ ଜମୁଛି । ଅତି ସୁନ୍ଦର ଭାବେ ବେପାରୀମାନେ ତାଳକୁ କାଟି ସେଥିରୁ ତାଳସଜ ବାହାର କରି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି ।

Leave A Reply

Your email address will not be published.