ଜୁନ୍‌ ୧ରୁ ବଦଳିବ ଏହି ସବୁ ନିୟମ, ଡେରି ନ କରି ଶୀଘ୍ର ସାରନ୍ତୁ ସମସ୍ତ କାମ

ଏହା ସହ ଜୁନ୍‌ ମାସରେ ମଧ୍ୟ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜାଣିବା ମଧ୍ୟ ବହୁତ ଜରୁରୀ । ତେବେ ଆସନ୍ତା ମାସରୁ ଏଲପିଜି ସିଲିଣ୍ଡର ମୂଲ୍ୟ, ବ୍ୟାଙ୍କ ଛୁଟି, ଆଧାର କାର୍ଟ ଅପ୍‌ଡେଟ୍‌ ଭଳି ଅନେକ ପରିବର୍ତ୍ତନ ହେବାକୁ ଯାଉଛି ।

ଆପଣମାନେ ତ ଜାଣିଥିବେ ମେ ମାସ ଶେଷ ହେବାକୁ ଯାଉଛି ଏବଂ ଜୁନ୍‌ ମାସ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ତେବେ ଅନେକ ଆର୍ଥିକ ନିୟମ ପ୍ରତ୍ୟେକ ମାସର ଆରମ୍ଭରେ ପରିବର୍ତ୍ତନ ହୋଇଥାଏ । ଏହା ସହ ଜୁନ୍‌ ମାସରେ ମଧ୍ୟ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜାଣିବା ମଧ୍ୟ ବହୁତ ଜରୁରୀ । ତେବେ ଆସନ୍ତା ମାସରୁ ଏଲପିଜି ସିଲିଣ୍ଡର ମୂଲ୍ୟ, ବ୍ୟାଙ୍କ ଛୁଟି, ଆଧାର କାର୍ଟ ଅପ୍‌ଡେଟ୍‌ ଭଳି ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ତାହେଲେ ଆସିନ୍ତୁ ଆମେ ଆଜି ଆପଣଙ୍କୁ ସେହି ସମସ୍ତ ନିୟମ ବିଷୟରେ ଜଣାଇବୁ, ଯାହା ଜୁନ୍‌ ୧ରୁ ପରିବର୍ତ୍ତନ ହେବାକୁ ଯାଉଛି ।

ଆଧାର କାର୍ଟ ଅପ୍‌ଡେଟ୍‌ :
ତେବେ ଆଧାର କାର୍ଟ ଅପ୍‌ଡେଟ୍‌କୁ ନେଇ କିଛି ବଡ ପରିବର୍ତ୍ତନ ହେଉଛି । UIDAI ବର୍ତ୍ତମାନ ମାଗଣା ଆଧାର ଅପ୍‌ଡେଟ୍‌ ପାଇଁ ଜୁନ୍‌ ୧୪କୁ ବଢିଯାଇଛି । ଅବଶ୍ୟ, ଅଫଲାଇନ୍‌ ଅପ୍‌ଡେଟ୍‌ ପାଇଁ ଅର୍ଥାତ୍‌ ଆଧାର କେନ୍ଦ୍ରକୁ ଯିବା ପାଇଁ ଅପ୍‌ଡେଟ୍‌ ପିଛା ୫୦ ଟଙ୍କା ଦେବାକୁ ପଡିବ ।

LPG ସିଲିଣ୍ଡର :
ମେ ମାସରେ ଏହି କମ୍ପାନୀଗୁଡିକ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ କମ୍‌ କରିଛନ୍ତି । ଘରୋଇ ସିଲିଣ୍ଡର ଏବଂ କମର୍ସସିଆଲ ସିଲିଣ୍ଡର ମୂଲ୍ୟ ଜୁନ୍‌ ୧ରେ ଅପ୍‌ଡେଟ୍‌ ହେବାକୁ ଯାଉଛି ।

ଜୁନ୍‌ରେ ବ୍ୟାଙ୍କ ଛୁଟି :
ତେବେ ଜୁନ୍‌ ମାସରୁ ବ୍ୟାଙ୍କଗୁଡିକ ୧୦ ଦିନ ବନ୍ଦ ରହିବ । ଏଥିରେ ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ମଧ୍ୟ ଛୁଟି ରହିବ । ଏହା ବ୍ୟତୀତ ରଜ ସଂକ୍ରାନ୍ତି ଏବଂ ଇଦ୍‌ ଇଲ୍‌ ଅଦା ଭଳି ଛୁଟିଦିନ ଯୋଗୁ ଜୁନ୍‌ ମାସରେ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ ଆପଣମାନେ ନିଜର ବ୍ୟାଙ୍କ କାମ ଶୀଘ୍ର ସାରିଦିଅନ୍ତୁ ।

ଟ୍ରାଫିକ୍‌ ନିୟମରେ ପରିବର୍ତ୍ତନ :
ଜୁନ୍‌ମାସରୁ ଟ୍ରାଫିକ୍‌ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଜୁନ୍‌ ଠାରୁ ନୂଆ ଡ୍ରାଇଭିଂ ଲାଇସେନ୍ସ ନିୟମ ତିଆରି ହୋଇଛି । ନୂଆ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ବହୁତ ବେଗରେ ଗାଡି ଚଳାନ୍ତି, ତେବେ ତାଙ୍କୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ । ଏହା ସହ ବିନା ଲାଇସେନ୍ସରେ ଗାଡି ଚଳାଇବା ପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଯଦି କେହି ହେଲମେଟ୍‌ କିମ୍ବା ସିଟ୍‌ ବେଲ୍ଟ ବିନା ଗାଡି ଚଲାନ୍ତି, ତେବେ ତାଙ୍କୁ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।

ଗାଡି ଚଳାଇବା ସମୟରେ ସାମାନ୍ୟ ସୀମା ଅତିକ୍ରମ କରିବା ପାଇଁ ଦଣ୍ଡ :
ଜଣେ ନାବାଳକ ଅର୍ଥାତ ୧୮ ବର୍ଷରୁ କମ୍‌ ନାବାଳକ ଏକ ଗାଡି ଚଳାଇଥାଏ, ତେବେ ତାଙ୍କୁ ଜୋରିମାନା ଦେବାକୁ ପଡିବ । ଯଦି ନାବାଳକ ଗାଡି ଚଳାଉଥିବାର ଧରାପଡିବ, ତେବେ ତାଙ୍କୁ ୨୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏହା ବ୍ୟତୀତ ନାବାଳକ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଲାଇସେନ୍ସ ପାଇବ ନାହିଁ ।

ଆମାଜନ ରିୱାର୍ଡ ପଏଣ୍ଟ :
ଜୁନ୍‌ମାସରେ କ୍ରେଡିଟ୍‌ କାର୍ଡ ସହିତ ଜଡିତ ନିୟମ ମଧ୍ୟ ପରିବର୍ତ୍ତନ ହେବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଆମାଜନ୍‌ ପେ ଆଇସିଆଇସିଆଇ କ୍ରେଡିଟ୍‌ କାର୍ଡ ଅଛି, ତେବେ ଜୁନ୍‌ ସହିତ ଏହା ସହ ଜଡିତ ନିୟମ ପରିବର୍ତ୍ତନ ହେଉଛି । ଏହି କାର୍ଡର ନିୟମ ଜୁନ୍‌ ୧୮ରୁ ପରିବର୍ତ୍ତନ ହେବ । ବତ୍ତମାନ ପର୍ଯ୍ୟନ୍ତ ଏହି କାର୍ଟ ମାଧ୍ୟମରେ ଭଡା ଦେୟ ଉପରେ ଉପଲବ୍ଧ ୧ ପ୍ରତିଶତ ରିୱାର୍ଡ ପଏଣ୍ଟୁ ଜୁନ୍‌ ୧୮ରୁ ବନ୍ଦ ହୋଇଯିବ ।

Leave A Reply

Your email address will not be published.