Below header

ହିଂସ୍ର ହୋଇଗଲା ମଣିଷ, ଡ଼ାଳୁଅ ଧାନ ଖାଇବାରୁ ହାଣିଦେଲା ଗାଇ ଗୋଡ଼କୁ

ଯାଜପୁରରେ ଏଭଳି କିଛି ଉଦାହରଣ ଦେଖିବାକୁ ମିଳିଛି । ଗାଇ ଡ଼ାଳୁଅ ଧାନ ଖାଇଦେବାରୁ ମଣିଷ ହିଂସ୍ର ହୋଇ ଗାଇ ଗୋଡ଼କୁ ହାଣିଦେଇଛି  l

ଯାଜପୁରଟାଉନ : ଦିନକୁ ଦିନ ମଣିଷ ପାଖରେ ଦେଖିବାକୁ ମିଳୁଛି ପଶୁ ଆଚରଣ । ସ୍ଵାର୍ଥପର ଦୁନିଆରେ ସ୍ୱାର୍ଥ ସର୍ବସ୍ୱ ମଣିଷର ପଶୁ ତୁଲ୍ୟ ବ୍ୟବହାର ସମସ୍ତଙ୍କୁ ଅତିଷ୍ଠ କରିଛି । ଯାଜପୁରରେ ଏଭଳି କିଛି ଉଦାହରଣ ଦେଖିବାକୁ ମିଳିଛି । ଗାଇ ଡ଼ାଳୁଅ ଧାନ ଖାଇଦେବାରୁ ମଣିଷ ହିଂସ୍ର ହୋଇ ଗାଇ ଗୋଡ଼କୁ ହାଣିଦେଇଛି  l

ଦଶରଥପୁର ବ୍ଲକ ବିରିପଟା ପଂଚାୟତ ବରେଇ ଗାଁରେ ଘଟିଛି ଏହି ଘଟଣା  l ଗାଁର ବିଳାସିନୀ ରାଉତଙ୍କ ଗୋଟେ ଗାଇ ଚାଷୀଙ୍କ ବିଲକୁ ଯାଇ ଡ଼ାଳୁଅ ଧାନ ଖାଇ ଦେବାରୁ କେହି ଦୁର୍ବୁତ୍ତ ଗାଇ ଡାହାଣ ଗୋଡ଼କୁ ଦା’ରେ ଆକ୍ରମଣ କରିଛି । ଏପରିକି ଉକ୍ତ ଦା’ ଟି ଗାଈ ଗୋଡ଼ରେ ଲାଗିରହିଥିବା ଦେଖାଯାଇଛି  l ଗାଇଟି ବିଲରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ  l ଘଟଣାସ୍ଥଳରେ ପଶୁ ଡାକ୍ତର ପହଂଚି ଗାଇଟିର ଚିକିତ୍ସା କରୁଛନ୍ତି   l  ତେବେ କିଏ ସେ ନୃଶଂସ ଆକ୍ରମଣକାରୀ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.