ବୁଥରେ ପଶି ପ୍ରଶାନ୍ତ ଜଗଦେବଙ୍କ ଭଙ୍ଗାରୁଜା ଘଟଣା, ଏଫଆଇଆର ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ବୁଥରେ ପଶି ପ୍ରଶାନ୍ତ ଜଗଦେବଙ୍କ ଭଙ୍ଗାରୁଜା । ଇଭିଏମ୍‌ ଭାଙ୍ଗି ଫେରାର ହୋଇଯାଇଥିଲେ ପ୍ରଶାନ୍ତ । ମତଦାନ ଚାଲିଥିବା ବଳେ ବୁଥ ଭିତରେ ପଶିଥିଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ।

ଭୁବନେଶ୍ୱର : ବୁଥରେ ପଶି ପ୍ରଶାନ୍ତ ଜଗଦେବଙ୍କ ଭଙ୍ଗାରୁଜା । ଇଭିଏମ୍‌ ଭାଙ୍ଗି ଫେରାର ହୋଇଯାଇଥିଲେ ପ୍ରଶାନ୍ତ । ମତଦାନ ଚାଲିଥିବା ବଳେ ବୁଥ ଭିତରେ ପଶିଥିଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ । । ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତରେ ଭୋଟିଂ ବେଳେ ଭଙ୍ଗାରୁଜା କରିଥିଲେ ପ୍ରଶାନ୍ତ । ରାଜସୁନାଖଳା କାଉଁରିଆପାଟଣା ୧୪୪ ନଂ ବୁଥରେ ଭାଙ୍ଗିଲେ EVM । ପୋଲିଂ ଅଫିସରଙ୍କୁ ବି ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଏସବୁ କରିବା ପରେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡାଇ ଧରିଛି ପୋଲିସ୍‌ । ତେବେ ଏଫଆଇଆର ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପୋଲିଂ ଅଧିକାରୀଙ୍କ ଅଭିଯୋଗକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.