ତୃତୀୟ ପର୍ଯ୍ୟାୟ ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୫୯.୬୦ ପ୍ରତିଶତ ମତଦାନ

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ସରିଲା ମତଦାନ ।

ଭୁବନେଶ୍ୱର : ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ସରିଲା ମତଦାନ । ଇଭିଏମରେ ସିଲ ହେଲା ୬୪ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଭୁବନେଶ୍ବର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହାର ବିଧାନସଭା ଆସନରେ ହୋଇଛି ମତଦାନ ।

ଭୋଟ ଦେଇଛନ୍ତି ୯୪ ଲକ୍ଷ ୪୮ ହଜାର ଭୋଟର । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୫୯.୬୦ ପ୍ରତିଶତ ମତଦାନ ହୋଇଛି । ସମ୍ବଲପୁର ଲୋକସଭା ଆସନରେ ସର୍ବାଧିକ ୬୫.୯୧% ମତଦାନ ହୋଇଥିବା ବେଳେ ଭୁବନେଶ୍ବର ଆସନରେ ସର୍ବନିମ୍ନ ୫୩.୫୪% ଭୋଟିଂ ହୋଇଛି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ସହରାଞ୍ଚଳରେ ସର୍ବନିମ୍ନ ମତଦାମ ହୋଇଛି ।

ଭୁବନେଶ୍ବର ମଧ୍ୟ ବିଧାନସଭା ଆସନରେ ୪୪.୧୨%, ଭୁବନେଶ୍ବର ଉତ୍ତରରେ ୪୫ % ଓ ଏକାମ୍ର ଭୁବନେଶ୍ବରରେ ୪୯.୫୦% ମତଦାନ ହୋଇଛି । କଟକ ସଂସଦୀୟ କ୍ଷେତ୍ରରେ ୫୪.୩୬ ପ୍ରତିଶତ, ପୁରୀରେ ୬୧.୧୭ ପ୍ରତିଶତ, ଢେଙ୍କାନାଳରେ ୬୦.୮୮ ପ୍ରତିଶତ ଓ କେନ୍ଦୁଝରରେ ୬୨. ୪୩ ପ୍ରତିଶତ ମତଦାନ ହୋଇଛି ।

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପାଇଁ ମୁତୟନ ହୋଇଥିଲେ ୩୫ହଜାର ପୋଲିସ ଫୋର୍ସ  । ୧୨୧ କଂପାନୀ ସିଏପିଏଫ୍ , ୧୦୬ କଂପାନୀ ଓଡ଼ିଶା ଆର୍ମଡ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ । ଭୋଟିଂ ପାଇଁ ଭୋଟରଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଲମ୍ବାଧାଡିରେ ଛିଡ଼ା ହୋଇ ଭୋଟ ଦେଇଛନ୍ତି ଲୋକେ ।

Leave A Reply

Your email address will not be published.