ଯୁବକଙ୍କୁ କିଏ ଓ କାହିଁକି ଏମିତି ମାରିଦେଲା, କାନ୍ଦୁଛି ପୂରା ପରିବାର ଗାଁ ଲୋକେ ସ୍ତବ୍ଧ

କେହି ଜାଣିନାହାଁନ୍ତି କେମିତି ମରିଗଲେ ଗାଁର ଜଣେ ଯୁବକ । ପୁଣି ଏବେ ନିର୍ମମ ଭାବେ । ଯିଏ ମାରିଥିବ ସେ ନିଶ୍ଚୟ ନୃଶଂସ ହୋଇଥିବ ।

ସାଲେପୁର (କେନ୍ୟୁଜ) : ଅଶାନ୍ତ ହୋଇପଡିଛି ଗାଁ । କାନ୍ଦ ଶବ୍ଦରେ ଫାଟି ପଡୁଡି ଗାଁ । ଗାଁର ଲୋକେ ସବୁ ଘରୁ ବାହାରି ଆସି ଦାଣ୍ଡରେ ଛିଡା ହୋଇଛନ୍ତି । କଣ ହେଲା, କେମିତି ହେଲା ଆଉ କାହିଁକି ହେଲା । କେହି ଜାଣିନାହାଁନ୍ତି କେମିତି ମରିଗଲେ ଗାଁର ଜଣେ ଯୁବକ । ପୁଣି ଏବେ ନିର୍ମମ ଭାବେ । ଯିଏ ମାରିଥିବ ସେ ନିଶ୍ଚୟ ନୃଶଂସ ହୋଇଥିବ ।

କାନ୍ଦି କାନ୍ଦି ଚେତା ରହୁନି ପରିବାର ଲୋକଙ୍କର । ତଳେ ଗଡି ଯାଉଛନ୍ତି ଆଉ କାନ୍ଦରେ ଫାଟି ପଡୁଛି ପୂରା ପରିବେଶ । ଗାଁ ଲୋକେ ବି ସ୍ତବ୍ଧ । ଏମିତି ଏକ ଜଘନ୍ୟ କାମ କେମିତି କିଏ କରିପାରିଲା । ପୂରା ଗାଁରେ ଚହଳ ପକକାଇଦେଇଛି ଏ ଖବର ।

ଜଗତପୁର ଥାନା ପଧାନପଡା ଗାଁ ରେ ଯୁବକକୁ ଧାରୁଆ ଅସ୍ତ୍ରରେ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ସାଲେପୁର ବ୍ଲକ ଜଗତପୁର ଥାନା ପ୍ରଧାନପଡା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ବଡ ପୁଅ ତାପସ କୁମାର ପ୍ରଧାନ । ଘର ପାଖା ଏକ ପାଠାଗାର ପିଣ୍ଢlରେ ଶୋଇଥିଲେ । ହେଲେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ତାଙ୍କୁ ଅତି ଅମାନୁଷିକ ଭାବେ ମାରିଦେଇଛି ।

ସକାଳୁ ତାପସକୁ ଏମିତି ମରି ଶୋଇଥିବର ଦେଖି ଗାଁରେ ଚହଳ ପଡିଯାଇଥିଲା । ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ତେବେ ଏହି ଜଘନ୍ୟ କାଣ୍ଡରେ ତିନି ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଜଗତପୁର ପୋଲିସ l ତେବେ ପୂର୍ବ ଶତ୍ରୁତା କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.