ଆଜି ରାତିରେ ବଙ୍ଗୋପସାଗରେ ସୃଷ୍ଟି ହେବ ବାତ୍ୟା ରିମାଲ, ଉତ୍ତର ଉପକୂଳ ଓଡ଼ିଶାରେ କେବଳ ବର୍ଷା
ଆଜି ରାତିରେ ବାତ୍ୟା । ଗଭୀର ଅବପାତ ବାତ୍ୟାର ରୂପ ନେବ । ଓଡ଼ିଶା ପ୍ରତି ନାହିଁ ବିପଦ । କିନ୍ତୁ ରାତିରୁ ଉତ୍ତର ଉପକୂଳ ଓଡ଼ିଶାରେ ଆରମ୍ଭ ହେବ ବର୍ଷା । କାଲି ଭଦ୍ରକ ଓ ବାଲେଶ୍ୱରର କିଛି ସ୍ଥାନରେ ପ୍ରବଳ ବର୍ଷାର ଆକଳନ କରାଯାଇଛି ।

ଆଜି ରାତିରେ ବାତ୍ୟା । ଗଭୀର ଅବପାତ ବାତ୍ୟାର ରୂପ ନେବ । ଓଡ଼ିଶା ପ୍ରତି ନାହିଁ ବିପଦ । କିନ୍ତୁ ରାତିରୁ ଉତ୍ତର ଉପକୂଳ ଓଡ଼ିଶାରେ ଆରମ୍ଭ ହେବ ବର୍ଷା । କାଲି ଭଦ୍ରକ ଓ ବାଲେଶ୍ୱରର କିଛି ସ୍ଥାନରେ ପ୍ରବଳ ବର୍ଷାର ଆକଳନ କରାଯାଇଛି । ବାତ୍ୟା ରିମାଲ, ପଶ୍ଚିମବଙ୍ଗର ସାଗର ଦ୍ବୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।
ଆଜି ରାତିରେ ବଙ୍ଗୋପସାଗରେ ସୃଷ୍ଟି ହେବ ବାତ୍ୟା, ରିମାଲ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ଘନୀଭୂତ ହୋଇ ଉତ୍ତର ଦିଗକୁ ଗତି କରୁଛି। ଆଜି ରାତିରେ ବାତ୍ୟା ଏବଂ କାଲି ଏହା ଭୀଷଣ ବାତ୍ୟାର ରୂପ ନେବ। କାଲି ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ।
ସେତେବେଳେ ବାତ୍ୟାର ପବନ ବେଗ ଥିବ ୧୧୦ରୁ ୧୨୦ କିମି ପ୍ରତି ଘଣ୍ଟା। ଏହା ୧୩୫ କି.ମି ପର୍ଯ୍ୟନ୍ତ ରହିପାରେ। ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। କିଛି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଣ୍ଟର ବର୍ଷା ହେବା ଅନୁମାନ କରାଯାଉଛି।