ମତଦାନ କେନ୍ଦ୍ରକୁ ମୋବାଇଲ ମନା: ଭୋଟର-ଅଧିକାରୀଙ୍କୁ ଅପିଲ୍ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଆଜି ରାଜ୍ୟ ଦେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସୁକତା । ଏହା ଭିତରେ କିଛି ବୁଥରେ ଭୋଟର ମୋବାଇଲ ନେଇଯାଉଥିବା ଦେଖିବାକୁ ମିଳିଥିବାବେଳେ ଏପରି ନକରିବାକୁ ଉଭୟ ଭୋଟର ଓ ଅଧିକାରୀଙ୍କୁ ଅପିଲ କରିଛନ୍ତିି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜ୍ୟ ଦେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସୁକତା । ସକାଳୁ ସକାଳୁ ସବୁ ବୁଥରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ଏହା ଭିତରେ କିଛି ବୁଥରେ ଭୋଟର ମୋବାଇଲ ନେଇଯାଉଥିବା ଦେଖିବାକୁ ମିଳିଥିବାବେଳେ ଏପରି ନକରିବାକୁ ଉଭୟ ଭୋଟର ଓ ଅଧିକାରୀଙ୍କୁ ଅପିଲ କରିଛନ୍ତିି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟପଟେ ଭୁବନେଶ୍ୱର ନୟାପଲ୍ଲୀର ଏକ ବୁଥରେ ପୋଲିଂ କେନ୍ଦ୍ରକୁ ମୋବାଇଲ ନେଇ ପ୍ରବେଶ କରିବା ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

ସେହିପରି ସକାଳ ୯ଟା ସୁଦ୍ଧା ରାଜ୍ୟରେ ହାରାହାରି ୭.୪୩% ମତଦାନ ହୋଇଛି । ସମ୍ବଲପୁର ଲୋକସଭା ଆସନରେ ସର୍ବାଧିକ ୭.୦୯% ଭୋଟିଂ ହୋଇଥିବାବେଳେ ଭୁବନେଶ୍ବର ଲୋକସଭା ଆସନରେ ସର୍ବନିମ୍ନ ୬.୬୫% ଭୋଟିଂ ହୋଇଛି । କଟକ ଲୋକସଭା ଆସନରେ ୭.୩୨% , ଢେଙ୍କାନାଳ ଲୋକସଭା ଆସନରେ ୭.୯୫% , ଢେଙ୍କାନାଳ ଲୋକସଭା ଆସନରେ ୭.୯୫% ଓ ପୁରୀ ଲୋକସଭା ଆସନରେ ୬.୮୭% ଭୋଟିଂ ହୋଇଛି ।

Leave A Reply

Your email address will not be published.