Below header

ବଜରଙ୍ଗ ପୁନିଆଙ୍କୁ ଝଟକା, ଡୋପ ଟେଷ୍ଟ ପାଇଁ ନମୁନା ଦେଇନଥିବାରୁ ସସ୍‌ପେଣ୍ଡ କଲା NADA

ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (NADA) ବଜରଙ୍ଗଙ୍କୁ ସସପେଣ୍ଡ କରିଛି । ଅଲମ୍ପିକ୍ସ ଚୟନ ସମୟରେ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି NADA । ଗତ ମାର୍ଚ୍ଚ ୧୦ରେ ଡୋପ୍ ଟେଷ୍ଟ ପାଇଁ ସାମ୍ପଲ ଦେଇନଥିବାରୁ ପୁନିଆଙ୍କୁ ସସପେଣ୍ଡ କରାଯାଇଛି । ତେଣୁ ବଜରଙ୍ଗଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନାଡା ପକ୍ଷରୁ କୁହାଯାଇଛି ।

ଭାରତର ଷ୍ଟାର କୁସ୍ତିଯୋଦ୍ଧା ତଥା ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟକା ଲାଗିଛି । ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (NADA) ବଜରଙ୍ଗଙ୍କୁ ସସପେଣ୍ଡ କରିଛି । ଅଲମ୍ପିକ୍ସ ଚୟନ ସମୟରେ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି NADA । ଗତ ମାର୍ଚ୍ଚ ୧୦ରେ ଡୋପ୍ ଟେଷ୍ଟ ପାଇଁ ସାମ୍ପଲ ଦେଇନଥିବାରୁ ପୁନିଆଙ୍କୁ ସସପେଣ୍ଡ କରାଯାଇଛି । ତେଣୁ ବଜରଙ୍ଗଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନାଡା ପକ୍ଷରୁ କୁହାଯାଇଛି ।

ଖବର ମୁତାବକ, ମାର୍ଚ୍ଚ ୧୦ରେ ସୋନିପତରେ ହୋଇଥିଲା ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ ହେବାକୁ ଟ୍ରାଏଲ ଚାଲୁଥିଲା । ବଜରଙ୍ଗ ଟ୍ରାଏଲରେ ହାରିଯାଇଥିଲେ । ପୁନିଆଙ୍କୁ ପୁରୁଷ ଫ୍ରିଷ୍ଟାଇଲ ୬୫ କିଗ୍ରା ସେମିଫାଇନାଲରେ ରୋହିତ କୁମାରଙ୍କ ଠାରୁ ୧-୯ରେ ହାରିଥିଲେ । ଏହା ପୂର୍ବରୁ ରବିନ୍ଦରଙ୍କ ବିପକ୍ଷରେ ବହୁତ କଷ୍ଟରେ ଜିତିଥିଲେ । ସେମିଫାଇନାଲରେ ହାରିବା ପରେ ପୁନିଆ ରାଗରେ ତୁରନ୍ତ ଭାରତୀୟ ଖେଳ ପ୍ରାଧିକରଣ କେନ୍ଦ୍ରକୁ ଚାଲିଯାଇଥିଲେ । ନାଡାର ଅଧିକାରୀ ପୁନିଆଙ୍କ ଡୋପ ଟେଷ୍ଟ ପାଇଁ ନମୁନା ନେବାକୁ ଚେଷ୍ଟା କରିଥିବା ବେଳେ ସେ ସହଯୋଗ କରିନଥିଲେ । ଯେଉଁଥି ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏନଏଡିଆର ୨୦୨୧ ଆର୍ଟିକଲ ୭.୪ ଅନୁସାରେ ବଜରଙ୍ଗଙ୍କୁ ତ୍ୱରିତ ପ୍ରଭାବରେ ସମ୍ଭାବ୍ୟ ଭାବେ ସସପେଣ୍ଡ କରାଯାଇଛି । ଯେ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଓ ନିଷ୍ପତ୍ତି ହୋଇନାହିଁ । ତେବେ ପ୍ରତିବନ୍ଧକ ହଟାନଯିବା ପର୍ଯ୍ୟନ୍ତ ପୁନିଆ କୌଣସି ଟୁର୍ଣ୍ଣାମେଣ୍ଟ କିମ୍ବା ଟ୍ରାଏଲ୍ସରେ ଭାଗ ନେଇପାରିବେ ନାହିଁ ।

ଏହାପରେ ବଜରଙ୍ଗ ପୁନିଆ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ମୋତେ ନେଇ ଡୋପ ଟେଷ୍ଟ ବିଷୟରେ ଯେଉଁ ଖବର ପ୍ରଚାରିତ ହେଉଛି, ମୁଁ ସେଥିରେ ସ୍ପଷ୍ଟ କରିବାକୁ ଚାହୁଁଛି କି, ମୁଁ କେବେ ବି ନାଡାର ଅଧିକାରୀଙ୍କ ନମୁନା ଦେବାକୁ ମନା କରିନାହିଁ । ମୁଁ ତାଙ୍କୁ ଅନୁରୋଧ କରିଥିଲି କି, ପ୍ରଥମେ ମୋ ନୁମନା ନେବା ପାଇଁ ଯେଉଁ ଏକ୍ସପାରୀ କିଟ୍‌ ଆଣିଥିଲେ, ତା’ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଉତ୍ତର ଦେବା ପରେ ଡୋପ୍‌ ଟେଷ୍ଟ ନିଅନ୍ତୁ । ମୋ ଓକିଳ ବିଦୁଷ ସିଙ୍ଘାନିଆ ଏହାର ଜବାବ ସମୟ ଅନୁସାରେ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.