Below header

କଲରା ପତରିଆ ବାଘର ମୃତଦେହ ଉଦ୍ଧାର

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି ।

ରେଢ଼ାଖୋଲ : ସଂରକ୍ଷିତ ଜଙ୍ଗଲରୁ କଲରା ପତରିଆ ବାଘର ମୃତଦେହ ଉଦ୍ଧାର । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ନାକଟିଦେଉଳ ରେଞ୍ଜରେ ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲରୁ ବାଘର ମୃତଦେହ ଉଦ୍ଧାର କରିଛି ବନବିଭାଗ । ମୃତ କଲରାପତରିଆର ବୟସ ୧୦ ବର୍ଷ ବୋଲି ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ରେଢାଖୋଲ ବନଖଣ୍ଡ ଅଧିକାରୀ ଏବଂ ସମ୍ବଲପୁର ଆରସିସିଏଫଙ୍କ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶିକାର ଉଦ୍ଦେଶ୍ୟରେ ବାଘକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତା ଦେହରୁ ୩ଟି ଗୁଳି ବାହାରିଥିବା ବେଳେ ୨୪ ଘଣ୍ଟା ପୂର୍ବ ରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.