Below header

ରାମଲଲାଙ୍କ ଶରଣରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ହାତ ଯୋଡି ମୁଣ୍ଡିଆ ମାରିଲେ

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଭଗବାନ ରାମଲଲାଙ୍କ ଦର୍ଶନ କରିବା ପାଇଁ ଅଯୋଧ୍ୟା ପହଞ୍ଚିଥିଲେ । ମହର୍ଷି ବାଲ୍ମିକୀ ଏୟାରପୋର୍ଟ ତାଙ୍କୁ ସ୍ୱାଗତ କରାଯାଇଥିଲା । ଅଯୋଧ୍ୟା ପହଞ୍ଚିବା ପରେ କହିଛନ୍ତି, ମୁଁ ଅନେକ ଥର ଅଯୋଧ୍ୟା ଆସିଛି, ଅଯୋଧ୍ୟାର ପଡୋଶୀ । ମୁଁ ବହୁତ ଥର ଆସିଛି । ଏହା ଆମ ପାଇଁ ଖୁସି ନୁହେଁ ଗର୍ବର ବିଷୟ ।

ରାମଲଲାଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ଅଯୋଧ୍ୟାରେ ରାମଲଲାଙ୍କ ଆଗର ମୁଣ୍ଡିଆ ମାରି ପ୍ରଣାମ କରିଛନ୍ତି ରାଜ୍ୟପାଳ । କେରଳ ରାଜଭବନ X ରେ ପୋଷ୍ଟ କରି ଜଣାଇଛି । ରାଜ୍ୟପାଳ ରାମମନ୍ଦିର ବୁଲିବା ସମୟରେ ରାମଲଲାଙ୍କ ଦର୍ଶନ କରିଛନ୍ତି ।

ଏହାକୁ ନେଇ ରାଜ୍ୟପାଳ ସମ୍ବାଦଦାତାଙ୍କୁ କହିଛନ୍ତି, ମୁଁ ଜାନୁଆରୀରେ ୨ ଥର ଅଯୋଧ୍ୟା ଆସିଛି, ସେତେବେଳେ ଯେଉଁ ଭାବନା ଥିଲା ଆଜି ମଧ୍ୟ ସେହି ଭାବନା ରହିଛି । ଏହା ଆମ ପାଇଁ କେବଳ ଖୁସିର କଥା ନୁହେଁ ବରଂ ଗର୍ବର ବିଷୟ ।

କେରଳ ରାଜ୍ୟପାଳଙ୍କ ଅଫିସିଆଲ X ହ୍ୟାଣ୍ଡେଲରେ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରାଜ୍ୟପାଳ ଆରିଫ ଖାନ ରାମଲଲାଙ୍କ ମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଇ ପ୍ରଣାମ କରିଛନ୍ତି । ଏହି ସମୟରେ ଜୟ ଶ୍ରୀରାମ ନାରା ମଧ୍ୟ ଲଗାଉଛନ୍ତି ।

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଭଗବାନ ରାମଲଲାଙ୍କ ଦର୍ଶନ କରିବା ପାଇଁ ଅଯୋଧ୍ୟା ପହଞ୍ଚିଥିଲେ । ମହର୍ଷି ବାଲ୍ମିକୀ ଏୟାରପୋର୍ଟ ତାଙ୍କୁ ସ୍ୱାଗତ କରାଯାଇଥିଲା । ଅଯୋଧ୍ୟା ପହଞ୍ଚିବା ପରେ କହିଛନ୍ତି, ମୁଁ ଅନେକ ଥର ଅଯୋଧ୍ୟା ଆସିଛି, ଅଯୋଧ୍ୟାର ପଡୋଶୀ । ମୁଁ ବହୁତ ଥର ଆସିଛି । ଏହା ଆମ ପାଇଁ ଖୁସି ନୁହେଁ ଗର୍ବର ବିଷୟ । ୨୨ ଜାନୁଆରୀ ପୂର୍ବରୁ ଆସିଥିଲି, ୨୨ ଜାନୁଆରୀ ପରେ ଆସିଛି । ଆଜି କେବଳ ଭଗବାନ ରାମଲଲା ଦର୍ଶନ କରିବାକୁ ଆସିଛି ।

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେଇଥିଲା । ରାମଲଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପିତ କରିବାର ଶୁଭ ମୁହୂର୍ତ୍ତ ୧.୨୦ ରୁ ୧.୨୮ ମିନିଟ ରହିଥିଲା ।  ନିର୍ଦ୍ଧାରିତ ମୁହୂର୍ତ୍ତରେ ବିଗ୍ରହକୁ ସ୍ଥାପନା କରାଥିଲା । ମୂର୍ତ୍ତିକୁ ଗର୍ଭଗୃହକୁ ନେବା ପୂର୍ବରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଗର୍ଭଗୃହରେ ରାମଲଲାଙ୍କ ସଂହାସନ ମଧ୍ୟ ନିର୍ମାଣ କରାଯାଇଛି । ମକରାନା ପଥରରେ ନିର୍ମିତ ସିଂହାସନର ଉଚ୍ଚତା ୩.୪ ଫୁଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.