Below header

ଜମ୍ମୁ-କାଶ୍ମୀର: ଜଣେ ଯବାନ ସହିଦ, ୩ ଆତଙ୍କୀ ସଫା; ତିନି ଦିନ ଧରି ଚାଲିଥିବା ଏନ୍‌କାଉଣ୍ଟର ଶେଷ

ଦକ୍ଷିଣ କାଶ୍ମୀରର କୁଲଗ୍ରାମରେ ଭାରତୀୟ ସେନା ଚଳାଇଥିବା ଏନ୍‌କାଉଣ୍ଟର ଗୁରୁବାର ସକାଳେ ଶେଷ ହୋଇଛି । ଏହି ଜିଲ୍ଲାରେ ଏନ୍‌କାଉଣ୍ଟ ବେଳେ ଲସ୍କର-ଏ-ତୋଏବାର ଜଣେ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ ବାସିତ୍‌ ଡାରଙ୍କ ସମେତ ୩ ଆତଙ୍କୀଙ୍କୁ ସେନା ନିପାତ କରିଛି ।

ଦକ୍ଷିଣ କାଶ୍ମୀରର କୁଲଗ୍ରାମରେ ଭାରତୀୟ ସେନା ଚଳାଇଥିବା ଏନ୍‌କାଉଣ୍ଟର ଗୁରୁବାର ସକାଳେ ଶେଷ ହୋଇଛି । ଏହି ଜିଲ୍ଲାରେ ଏନ୍‌କାଉଣ୍ଟ ବେଳେ ଲସ୍କର-ଏ-ତୋଏବାର ଜଣେ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ ବାସିତ୍‌ ଡାରଙ୍କ ସମେତ ୩ ଆତଙ୍କୀଙ୍କୁ ସେନା ନିପାତ କରିଛି । ସୋମବାର ରାତିରୁ ଆରମ୍ଭ ହୋଇଥିବା ଏହି ଏନ୍‌କାଉଣ୍ଟର ପାଖାପାଖି ୪୦ ଘଣ୍ଟା ଧରି ଚାଲିଥିଲା । ସେନାର ଅଧିକାରୀମାନେ ଆତଙ୍କବାଦୀଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ମଧ୍ୟ ଜବତ କରିଛନ୍ତି ।

ଭାରତୀୟ ସେନା ‘X’ରେ ଲେଖିଛି, ‘କୁଲଗାମର ରେଡ୍‌ଓ୍ଵାନି ପାଇନ୍‌ରେ ପାଖାପାଖି ୪୦ ଘଣ୍ଟା ଧରି ଏକ ମିଳିତ ଅପରେସନ ଚାଲିଥିଲା । ଆତଙ୍କବାଦୀଙ୍କ ପାଖରୁ ପ୍ରବଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଯେମିତି ଲାଗୁଥିଲା, ସେମାନେ ଯୁଦ୍ଧ ପ୍ରସ୍ତୁତିରେ ଥିଲେ । ୩ ଆତଙ୍କୀଙ୍କୁ ସଫା କରି ଦିଆଯାଇଛି । ଆତଙ୍କବାଦୀଙ୍କ ଇକୋସିଷ୍ଟମ୍‌ ଉପରେ ଏହା ଏକ ଶକ୍ତିଶାଳୀ ପ୍ରହାର । ଚିନ୍ନାର କର୍ପସ୍‌ କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିବଦ୍ଧ’ ।

ସୋମବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଥିଲା । ଏହାପରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଅଭିଯାନ ଚଳାଇଥିଲେ । ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ବାସିତ୍‌ ଡାର ୧୮ରୁ ଊର୍ଦ୍ଧ୍ୱ ମାମଲାରେ ଓ୍ଵାଣ୍ଟେଡ୍‌ ଥିଲେ । ତାଙ୍କ ବିରୋଧରେ ପୋଲିସ ଓ ନିରୀହ ଲୋକଙ୍କୁ ହତ୍ୟା ସହିତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଯୋଜନା ଭଳି ମାମଲା ରୁଜୁ କରାଯାଇଥିଲା ।

କହି ରଖୁଛ ଯେ ଗତବର୍ଷ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନ୍‌ଆଇଏ) ନାଗରିକ ହତ୍ୟା ମାମଲାରେ ବାସିତ୍‌ ଡାରଙ୍କ ଉପରେ ୧୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରିଥିଲା । ଏହା ସହିତ ତାଙ୍କ ବିରୋଧରେ ଜାମିନ୍‌ ବିହୀନ ଓ୍ଵାରଣ୍ଟ ମଧ୍ୟ ଜାରି କରିଥିଲା । ବାସିତ୍‌ଙ୍କ ନାଁରେ ୨୦୧୧ରେ କୁଲଗାମରେ ଦୁଇ ଅଣ ସ୍ଥାନୀୟ ଶ୍ରମିକଙ୍କୁ ହତ୍ୟା ନେଇ ଅଭିଯୋଗ ରହିଥିଲା ।

ସୂଚନାଥାଉ କି, ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ମେ’ ୪ରେ ଭାରତୀୟ ବାୟୁସେନା ଗାଡ଼ି ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ଏହି ଆକ୍ରମଣରେ ଆଇଏଏଫ୍‌ର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଯବାନ ଆହତ ହୋଇଥିଲେ ।

ଶନିବାର ସନ୍ଧ୍ୟାରେ ଯେତେବେଳେ ବାୟୁସେନାର ଗାଡ଼ି ଜିଲ୍ଲାର ସୁରନକୋଟ ଅଞ୍ଚଳରେ ସନାଇ ଟପ୍‌ ଅଭିମୁଖେ ଯାତ୍ରା କରୁଥିଲା, ସେହି ସମୟରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ସାମିଲ ଆତଙ୍କବାଦୀଙ୍କ ଠିକଣା ଜାଣିବା ଏବଂ ସେମାନଙ୍କୁ ନିପାତ କରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.