Below header

ମହିଳାଙ୍କ ଗୋଡ଼ ଉପରେ ମାଡ଼ିଗଲା ହାଇୱା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ମହିଳାଙ୍କ ଗୋଡ଼ ଉପରେ ମାଡ଼ିଗଲା ବାଲି ବୋଝେଇ ହାଇୱା । ଗୁରୁତର ମହିଳା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର । ନିମାପଡ଼ା ବଜାର ଦୋଳ ବେଦୀ ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଂଶାଲ ଗାଁର ଦୁଇଜଣ ବାଇକରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାଇକକୁ ପଛପଟୁ ଧକ୍କା ଦେଇଥିଲା ହାଇୱା । ଫଳରେ ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ । ତାଙ୍କ ଗୋଡ଼ ଉପରେ ବାଲି ବୋଝେଇ ହାଇୱାଟି ମାଡ଼ି ଯାଇଥିଲା ।

ଗୋପ (କେନ୍ୟୁଜ): ମହିଳାଙ୍କ ଗୋଡ଼ ଉପରେ ମାଡ଼ିଗଲା ବାଲି ବୋଝେଇ ହାଇୱା ।  ଗୁରୁତର ମହିଳା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର ।  ନିମାପଡ଼ା ବଜାର ଦୋଳ ବେଦୀ ଛକ ନିକଟରେ ଘଟିଛି ଦୁର୍ଘଟଣା ।  ଅଂଶାଲ ଗାଁର ଦୁଇଜଣ ବାଇକରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାଇକକୁ ପଛପଟୁ ଧକ୍କା ଦେଇଥିଲା ହାଇୱା ।  ଫଳରେ ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ ।  ତାଙ୍କ ଗୋଡ଼ ଉପରେ ବାଲି ବୋଝେଇ ହାଇୱାଟି ମାଡ଼ି ଯାଇଥିଲା ।  ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିବା ସହ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।  ଅନ୍ୟପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ନିମାପଡ଼ା ପୋଲିସ ।

ସେହିପରି କଣ୍ଟାବାଞ୍ଜିରେ ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ବଲାଙ୍ଗୀର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁରେ ଏପରି ଦୁର୍ଘଟଣା ଘଟିଛି । ମୃତ ଜଣକ ହେଲେ ଶୁଣ୍ଢିମୁଣ୍ଡା ଗାଁର ଭୂଦେଵ ଗହୀର । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ନୂଆପଡା ଜିଲ୍ଲା ଖଡ଼ିଆଳରୁ କଳାହାଣ୍ଡି ଜିଲ୍ଲାକୁ ଯିବା ଆସିବା ଠପ ହୋଇଥିଲା । ଘଟଣା ସ୍ଥଳରେ ସିଂଧେକେଲା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.