Below header

ଭାରତୀୟ ନୌସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି, ୧୦ମ ପାସ୍‌ କରିଥିଲେ କରିପାରିବେ ଆବେଦନ

ନୌସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ନୋଟିଫଇକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ୧୩ ମଇରୁ ଆରମ୍ଭ ହେବ । ସେହିପରି ଶେଷ ୨୭ ମଇରେ ହେବ ।

ଭାରତୀୟ ନୌସେନାରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ନୌସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୩ ମଇରୁ ଆରମ୍ଭ ହେବ । ସେହିପରି ଶେଷ ୨୭ ମଇରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦ % ମାର୍କ ରଖି ୧୦ମ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୫୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଫିଜିକାଲ ଟେଷ୍ଟ, ମେଡିକାଲ ଟେଷ୍ଟ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ପରେ ହେବ ।

ଦରମା : ପ୍ରାର୍ଥୀଙ୍କୁ ସର୍ବାଧିକ ମାସିକ ୪୦ ହଜାର ଦରମା ମିଳିବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଆନ୍ତୁ ।
ହୋମପେଜରେ ଆପ୍ଲିକେସନ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ଏବେ ସମସ୍ତ ଦସ୍ତାବିଜ ଭରିବା ପରେ ଡକ୍ୟୁମେଣ୍ଟ ଜମା କରି ଫି ଭରନ୍ତୁ ।
ଏହାପରେ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.