Below header

ମହାଦେବ ବେଟିଂ ଆପ୍ ମାମଲା, ଅଭିନେତା ସାହିଲ ଖାନଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ ପୋଲିସ ଅଭିନେତା ସାହିଲ ଖାନଙ୍କୁ ଗିରଫ କରିଛି । ମୁମ୍ବାଇ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ତାଙ୍କୁ ଛତିଶଗଡରେ ଅଟକ ରଖି ଏବେ ମୁମ୍ବାଇକୁ ଆଣିଛନ୍ତି । ଗିରଫ ଖଣ୍ଡା ପୂର୍ବରୁ ସାହିଲ ଖାନଙ୍କ ଉପରେ ରହିଥିଲା ।

ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ ପୋଲିସ ଅଭିନେତା ସାହିଲ ଖାନଙ୍କୁ ଗିରଫ କରିଛି । ମୁମ୍ବାଇ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ତାଙ୍କୁ ଛତିଶଗଡରେ ଅଟକ ରଖି ଏବେ ମୁମ୍ବାଇକୁ ଆଣିଛନ୍ତି । ଗିରଫ ଖଣ୍ଡା ପୂର୍ବରୁ ସାହିଲ ଖାନଙ୍କ ଉପରେ ରହିଥିଲା । ମୁମ୍ବାଇ ପୋଲିସ ଏଫଆଇଆରରେ ୩୨ ଜଣଙ୍କ ନାମ ରଖିଥିଲା ଏବଂ ସାହିଲ ଖାନ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ । ଗିରଫ ନହେବା ପାଇଁ ସାହିଲ ଖାନ ମୁମ୍ବାଇର ସେସନ କୋର୍ଟରେ ଏକ ଜାମିନ ଆବେଦନ କରିଥିଲେ । ସାହିଲ ଖାନଙ୍କ ଜାମିନ ଆବେଦନକୁ ପୋଲିସ ବିରୋଧ କରି କହିଛି ଯେ, ଯଦି ଜାମିନ ଦିଆଯାଏ ତେବେ ସେ ପ୍ରମାଣକୁ ନଷ୍ଟ କରିପାରନ୍ତି ।

ପୋଲିସ କୋର୍ଟଙ୍କୁ କହିଛି ଯେ ଏହି ମାମଲାରେ ଅଭିଯୋଗକାରୀ ସେମାନଙ୍କୁ କହିଥିଲେ ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ଭାଇ ମୁସ୍ତାକିମ୍ ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି । ବର୍ତ୍ତମାନ ସେହି ପ୍ରସଙ୍ଗରେ ସାହିଲ ଖାନଙ୍କୁ ପଚରାଉଚରା କରିବାକୁ ପଡିବ । ତେବେ ୬୭ ଟି ବେଟିଂ ସାଇଟ୍ ସୃଷ୍ଟି କରାଯାଇଛି ଏବଂ ସେମାନଙ୍କ ମାଧ୍ୟମରେ ଲୋକମାନେ ବେଆଇନ ଭାବରେ ବେଟ୍ କରାଯାଇଛି । ଅଭିଯୁକ୍ତମାନେ ୨୦୦୦ ରୁ ଅଧିକ ସିମ୍ କାର୍ଡ ବ୍ୟବହାର କରି ଟଙ୍କା ଜମା କରିଥିଲେ ଏବଂ ଏହି ସିମ୍ କାର୍ଡ କିଣିବା ପାଇଁ ନକଲି ଡକ୍ୟୁମେଣ୍ଟ୍ ବ୍ୟବହାର କରାଯାଇଥିଲା । ଏବେ ମଧ୍ୟ ପୋଲିସ୍‌ ଏହି ମାମାଲାର ତଦନ୍ତ କରୁଛି ।

ସେସନ୍ସ କୋର୍ଟରେ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ବମ୍ବେ ହାଇକୋର୍ଟ ସାହିଲ ଖାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ । ଏହା ପରେ ମୁମ୍ବାଇ ପୋଲିସ ତାଙ୍କୁ ତିନି ଘଣ୍ଟା ଧରି ପଚରାଉଚରା କରିଥିଲା । ଡିସେମ୍ବର ୨୦୨୩ ରେ ସାହିଲଙ୍କୁ ପ୍ରଥମେ ଡକାଯାଇଥିଲା, କିନ୍ତୁ ଗିରଫ ନହେବା ପାଇଁ ସେ କୋର୍ଟଙ୍କ ନିକଟକୁ ଯାଇଥିଲେ । ସେ ବମ୍ବେ ହାଇକୋର୍ଟରେ ଆବେଦନ କଲା ପରେ ମଧ୍ୟ ସାହାଯ୍ୟ ପାଇନଥିଲେ । ଏପ୍ରିଲ ୨୬ରେ ଯେତେବେଳେ କ୍ରାଇମ ବ୍ରାଞ୍ଚ ଟିମ୍ ସାହିଲଙ୍କ ଘରେ ପହଞ୍ଚିଥିଲା ସେତେବେଳେ ସେ ନିଖୋଜ ଥିଲେ । ଏହା ପରେ ତାଙ୍କୁ ପଳାତକ ଘୋଷିତ କରାଯାଇ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.