NBCC ରେ ଜୁନିଅର ଇଂଜିନିୟର ପଦବୀ ଖାଲି, ଇଣ୍ଟରଭ୍ୟୁ ଆଧାରରେ ହେବ ଚୟନ

ନ୍ୟାସନାଲ ବିଲିଡିଂ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ ଅନେକ ପଦବୀରେ ହେବ ଭର୍ତ୍ତି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ nbccindia.com କୁ ଯିବାକୁ ହେବ । ଏଠାରେ ୯୩ ପଦବୀ ପାଇଁ ଭର୍ତ୍ତି ହେବ ।

ନ୍ୟାସନାଲ ବିଲିଡିଂ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ ଅନେକ ପଦବୀରେ ହେବ ଭର୍ତ୍ତି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ nbccindia.com କୁ ଯିବାକୁ ହେବ । ଏଠାରେ ୯୩ ପଦବୀ ପାଇଁ ଭର୍ତ୍ତି ହେବ । ଜୁନିଅର ଇଂଜିନିୟର, ସିନିଅର ଇଂଜିନିୟର, ଏଗଜିକ୍ୟୁଟିଭ ପଦବୀରେ ଭର୍ତ୍ତି ହେବ ।

ପଦବୀ ବିବରଣୀ: ୯୩

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ୭ ମଇ ରହିଛି।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୮ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.