ସକାଳେ ଖାଲି ପେଟରେ ଏକ୍ସରସାଇଜ୍ କରିବା ଉଚିତ କି ନୁହେଁ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ
ଓଜନ କମ୍ କରିବା ପାଇଁ, ଆଜିର ସମୟରେ ସଠିକ୍ ଏକ୍ସରସାଇଜ୍ ଏବଂ ଡାଏଟ୍ କରିବା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଏ । ଓଜନ କମ୍ ପାଇଁ, କିଛି ଲୋକ ନିୟମିତ ଭାବରେ ଓ୍ଵାର୍କଆଉଟ୍ କରିବାକୁ ପସନ୍ଦ କରନ୍ତି, ବିଶେଷ କରି ସକାଳେ । ତେବେ ଓ୍ଵାର୍କଆଉଟ୍ କରିବା ପୂର୍ବରୁ ଏକ ସଠିକ୍ ଖାଦ୍ୟ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ । କାରଣ ଏହା ଏକ୍ସରସାଇଜ୍ କରିବା ସମୟରେ ଶରୀରକୁ ଶକ୍ତି ଯୋଗାଇଥାଏ ।
ଶରୀରକୁ ସୁସ୍ଥ ରଖିବା ଏବଂ ଓଜନ କମ୍ କରିବା ପାଇଁ, ଆଜିର ସମୟରେ ସଠିକ୍ ଏକ୍ସରସାଇଜ୍ ଏବଂ ଡାଏଟ୍ କରିବା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଏ । ଓଜନ କମ୍ ପାଇଁ, କିଛି ଲୋକ ନିୟମିତ ଭାବରେ ଓ୍ଵାର୍କଆଉଟ୍ କରିବାକୁ ପସନ୍ଦ କରନ୍ତି, ବିଶେଷ କରି ସକାଳେ । କିନ୍ତୁ ଆପଣ ଜାଣିଛନ୍ତି କି ଖାଲି ପେଟରେ ଓ୍ଵାର୍କଆଉଟ୍ କରିବା ଠିକ୍ ନା ଭୁଲ୍ । ତେବେ ଲୋକମାନଙ୍କ ମନରେ ଏପରି ଅନେକ ପ୍ରଶ୍ନ ଆସିଥାଏ । ସେଥିପାଇଁ ଆଜି ଆମେ ଜାଣାଇବୁ ଯେ ଖାଲି ପେଟରେ ଏକ୍ସରସାଇଜ୍ କରିବା କେତେ ଠିକ୍ ।
ଜାଣନ୍ତୁ ଖାଲି ପେଟରେ ଓ୍ଵାର୍କଆଉଟ୍ କରିବାର ଅସୁବିଧା :
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଓ୍ଵାର୍କଆଉଟ୍ କରିବା ପୂର୍ବରୁ ଏକ ସଠିକ୍ ଖାଦ୍ୟ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ । କାରଣ ଏହା ଏକ୍ସରସାଇଜ୍ କରିବା ସମୟରେ ଶରୀରକୁ ଶକ୍ତି ଯୋଗାଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଖାଲି ପେଟରେ ଏକ୍ସରସାଇଜ୍ କରିବା, ଆପଣଙ୍କ ଶରୀରରେ କିପରି କ୍ଷତି କରାଇପାରେ ।
ଖାଲି ପେଟରେ ଓ୍ଵାର୍କଆଉଟ୍ କରିବା ଦ୍ୱାରା ଆପଣଙ୍କ ଷ୍ଟ୍ରେମିନା ଦୁର୍ବଳ ହୋଇପାରେ :
ଯଦି ଆପଣ କିଛି ନ ଖାଇ ଓ୍ଵାର୍କଆଉଟ୍ କରୁଛନ୍ତି, ତେବେ ଆପଣଙ୍କ ଷ୍ଟ୍ରେମିନା ଦୁର୍ବଳ ହେବା ନିଶ୍ଚିତ । ତେବେ ଖାଲି ପେଟରେ ଏକ୍ସରସାଇଜ୍ କରିବା ଆପଣଙ୍କ ଶରୀରକୁ ଦୁର୍ବଳ ଅନୁଭବ କରାଇଥାଏ । ଏହା ସହ ଆପଣଙ୍କର ଷ୍ଟ୍ରେମିନା ଏବଂ କଠିନ ପରିଶ୍ରମ କରିବାର କ୍ଷମତା କମ୍ ହୋଇଯାଏ । ତେବେ ଖାଲି ପେଟରେ ଓ୍ଵାର୍କଆଉଟ୍ କରିବାବେଳେ, କିଛି ଲୋକ ନିଜେ ଏକ୍ସରସାଇଜ୍ ଉପରେ ଧ୍ୟାନ ଦେବାକୁ ଅସମର୍ଥ ହୁଅନ୍ତି । ଏପରି ପରିସ୍ଥିତିରେ ଲୋକମାନେ ବେଳେବେଳେ ଆହତ ହୋଇପାରନ୍ତି ।
ମାଂସପେଶୀ ନଷ୍ଟ ହୋଇପାରେ :
ଖାଲି ପେଟରେ ଓ୍ଵାର୍କଆଉଟ୍ କରିବା ଶରୀରରେ ମାଂସପେଶୀ ନଷ୍ଟ ହେବାର ଆଶଙ୍କା ବଢାଇଥାଏ । ତେବେ ଖାଲି ପେଟରେ ଓ୍ଵାର୍କଆଉଟ୍ କରିବା ଦ୍ୱାରା ସ୍କିନ୍ ଏବଂ ଶରୀରର ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଏ । ଏହି ସମୟରେ କରାଯାଇଥିବା ଏକ୍ସରସାଇଜ୍ ମଧ୍ୟ ମାଂସପେଶୀକୁ ନଷ୍ଟ କରିପାରେ । ସେଥିପାଇଁ ଯଦି ଆପଣ ମଧ୍ୟ ଖାଲି ପେଟରେ ଏକ୍ସରସାଇଜ୍ କରୁଛନ୍ତି, ତାହେଲେ ଏପରି କରିବା ବନ୍ଦ କରନ୍ତୁ । ନଚେତ ଆପଣ ଆଗକୁ ଯାଇ ଏପରି ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।