Below header

୨୦୨୪ରେ ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର: ମୋଦି

ଓଡ଼ିଶାରେ ହେବ ପ୍ରଥମ ଡବଲ ଇଞ୍ଜିନ ସରକାର । ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ଏଭଳି ଦୃଢକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା। ରାଜ୍ୟର ଓଡ଼ିଶାର ବିକାଶ ପାଇଁ ବିଜେପି ବଜେଟ କମ୍ କରିନାହିଁ ।

ବ୍ରହ୍ମପୁର (କେନ୍ୟୁଜ): ଓଡ଼ିଶାରେ ହେବ ପ୍ରଥମ ଡବଲ ଇଞ୍ଜିନ ସରକାର । ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ଏଭଳି ଦୃଢକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା। ରାଜ୍ୟର ଓଡ଼ିଶାର ବିକାଶ ପାଇଁ ବିଜେପି ବଜେଟ କମ୍ କରିନାହିଁ । ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି । ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି କରାଯାଇଛି ।

ସେହିପରି ଜୁନ ୧୦ ତାରିଖରେ ବିଜେପି ନୂଆ ସରକାର ଶପଥ ଗ୍ରହଣ କରିବ ବୋଳି ମୋଦି କହିଛନ୍ତି । UPA ସରକାରର ୧୦ ବର୍ଷରେ ଓଡ଼ିଶାକୁ ୧ ଲକ୍ଷ କୋଟି ଅନୁଦାନ ମିଳିଥିବା ବେଳେ ଗତ ୧୦ ବର୍ଷରେ ମୋଦି ସରକାର ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଅନୁଦାନ ଦେଇଛି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ତ୍ବରିତ ବିକାଶ ହେବ । ଓଡ଼ିଶାର ତ୍ବରିତ ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଥିବା ପିଏମ କହିଛନ୍ତି ।

ମୋଦିଙ୍କ ଆଜିର ବ୍ରହ୍ମପୁର ଭାଷଣ ସହ ୨୦୧୯ ମସିହା ଏପ୍ରିଲ ୨୩ ତାରିଖ କେନ୍ଦ୍ରାପଡା ଭାଷଣ ସହ ସମାନତା ଅଛି । ଜୁନ ୪ ତାରିଖରେ ବିଜେଡି ସରକାର କ୍ଷମତାରୁ ହଟିବ ବୋଲି ମୋଦି ଆଜି କହିଛନ୍ତି । ପାଞ୍ଚ ବର୍ଷ ତଳେ କେନ୍ଦ୍ରାପଡା ସଭାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ନବୀନ ବାବୁ ଆପଣଙ୍କ ବିଦାୟ ନିଶ୍ଚିତ ବୋଲି କହିଥିଲେ ମୋଦି ।

୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦିଙ୍କୁ ଶପଥ ଗ୍ରହଣ ସମାରୋହରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ଆଜି ମୋଦି ରାଜ୍ୟବାସୀଙ୍କୁ ଜୁନ ୧୦ ତାରିଖରେ ବିଜେପି ନୂଆ ସରକାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.