Below header

ପ୍ରତିଦିନ ଖାଲି ପେଟରେ ପିଅନ୍ତୁ ହଳଦୀ ଚା, ଓଜନ କମ୍‌ ହେବା ସହ ଅନେକ ରୋଗରୁ ମିଳିବ ମୁକ୍ତି

ସକାଳେ ସାଧାରଣ ଚା ବଦଳରେ ଖାଲି ପେଟରେ ହଦଳୀ ଚା ପିଆନ୍ତୁ । ଏହା ସହଜରେ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । ଓଜନ କମ୍‌ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆପଣ ଓଜନ ବଢିବାକୁ ନେଇ ଚିନ୍ତିତ ତେବେ ଆପଣ ସକାଳ ବ୍ରେକ୍‌ଫାଷ୍ଟ, ‘ହଳଦୀ’ ଅନ୍ତର୍ଭୁକ୍ତ କରନ୍ତୁ । ତେବେ ସକାଳେ ସାଧାରଣ ଚା ବଦଳରେ ଖାଲି ପେଟରେ ହଦଳୀ ଚା ପିଆନ୍ତୁ । ଏହା ସହଜରେ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । ଓଜନ କମ୍‌ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଚା ଦ୍ୱାରା କ’ଣ ସବୁ ଲାଭ ହୋଇଥାଏ ଏବଂ ଏହାକୁ କିପରି ପ୍ରସ୍ତୁତ କରିବେ ।

ହଦଳୀ ଓଜନ କମ୍‌ କରିବାରେ ପ୍ରଭାବଶାଳୀ :
ଓଜନ କମ୍‌ କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ କିନ୍ତୁ ସଠିକ୍ ଖାଦ୍ୟ ଏବଂ ଏକ୍ସରସାଇଜ୍‌ ଦ୍ୱାରା ଆପଣ ଶୀଘ୍ର ଓଜନ କମ୍‌ କରିପାରିବେ । ତେବେ ଓଜନ କମ୍‌ କରିବାକୁ ଆପଣ ପ୍ରତିଦିନ ହଦଳୀ ଚା ପିଇପାରିବେ । ଏହିପରି ଅନେକ ଗୁଣ ହଦଳୀରେ ମିଳିଥାଏ ଯାହା ଆପଣଙ୍କ ଧୀର ମେଟାବୋଲିଜିମ୍‌କୁ ଶୀଘ୍ର କରାଥାଏ । ଏହା ଶରୀରରୁ ଜମା ହୋଇଥିବା ଫ୍ୟାଟ୍‌ ମଧ୍ୟ ବାହାର କରିଥାଏ ।

ତେବେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର ହଦଳୀରେ ଭିଟାମିନ୍ C, ଫାଇବର, ଓମେଗା –୩ ଫ୍ୟାଟି ଏସିଡ୍, ପୋଟାସିୟମ୍ ଏବଂ ଆଇରନ୍ ମଧ୍ୟ ରହିଥାଏ, ଯାହା ଓଜନ କମ୍‌ କରିବାରେ ପ୍ରଭାବଶାଳୀ ହୋଇଥାଏ । ଏହା ସହ ଡାଲଚିନିରେ ଫସଫରସ୍, ଥିଏମାଇନ୍, ପ୍ରୋଟିନ୍, ଭିଟାମିନ୍, କ୍ୟାଲସିୟମ୍ ଭରପୂର ରହିଛି । ଯାହା ଶରୀରରୁ ଫ୍ୟାଟ୍‌ ବାହାର କରିବାରେ ସାହାଯ୍ୟ କରିଥାଏ ।

ଜାଣନ୍ତୁ ହଦଳୀ ଚା କିପରି ପ୍ରସ୍ତୁତ କରିବେ :
ହଦଳୀ ଚା ତିଆରି କରିବା ଅତି ସହଜ । ଏଥିପାଇଁ ଗ୍ୟାସ୍ ଅନ୍‌ କରି ଏକ ପ୍ୟାନରେ ଏକ କପ୍ ପାଣି ଫୁଟାନ୍ତୁ । ଯେତେବେଳେ ପାଣି ଫୁଟିବା ଆରମ୍ଭ କରିବା, ସେଥିରେ ଏକ ଚାମଚ ହଦଳୀ ଏବଂ ଅଧା ଚାମଚ ଡାଲଚିନି ପାଉଡର ପକାଇ ଏହାକୁ ଗ୍ୟାସ୍‌ ସିମ୍‌ କରି ଫୁଟାନ୍ତୁ । କିଛି ସମୟ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏହାପରେ ଦେଖିବେ ଆପଣଙ୍କ ହଦଳୀ ଚା ପ୍ରସ୍ତୁତ ହୋଇଯିବ । ଯଦି ଆପଣ ଏହାର ଟେଷ୍ଟ ଭଲ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ମହୁ ଏବଂ ଅଧା ଚାମଚ ଲେମ୍ବୁ ରସ ବ୍ୟବହାର କରିପାରିବେ । ତେବେ ଖାଲି ପେଟରେ ପ୍ରତିଦିନ ହଦଳୀ ଚା ପିଅନ୍ତୁ ।

ଏହି ସମସ୍ୟାଗୁଡ଼ିକରେ ହଦଳୀ ମଧ୍ୟ ପ୍ରଭାବଶାଳୀ :
ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ : ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ତେବେ ହଳଦୀ ଚା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ହଦଳୀରେ ଥିବା ଆଣ୍ଟିସେପ୍ଟିକ୍ ଗୁଣ ଆପଣଙ୍କ ଦୁର୍ବଳ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏଭଳି ପରିସ୍ଥିତିରେ ହଦଳୀ ଚା ପିଇବା ଦ୍ୱାରା ଥଣ୍ଡା, କାଶ ଏବଂ ଜ୍ୱର ଭଳି ସମସ୍ୟା ହେବାର ଆଶଙ୍କା କମିଯାଏ ।

ଗଣ୍ଠି ଯନ୍ତ୍ରଣା ଦୂର ହେବ : ହଦଳୀରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ପ୍ରଭାବଶାଳୀ ହୋଇଥାଏ । ଯଦି ଆପଣ ଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧାରେ ପଡୁଛନ୍ତି, ତେବେ ସକାଳେ ଖାଲି ପେଟରେ ହଦଳୀ ଚା ପିଇବା ଆରମ୍ଭ କରନ୍ତୁ । ହଳଦୀରେ ଥିବା ପୋଷକ ତତ୍ତ୍ୱ ହାଡକୁ ମଜବୁତ କରିଥାଏ ।

ପେଟ ପାଇଁ ଲାଭଦାୟକ : ହଳଦୀରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ରହିଥାଏ । ଯାହା ଆପଣଙ୍କ ପେଟ ପାଇଁ ଲାଭଦାୟକ ହୋଇଥାଏ । ଏହି ଚା ’ପିଇବା ଦ୍ୱାରା ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.