ICSE, ISC ପରୀକ୍ଷା ଫଳ ପ୍ରକାଶିତ, ଏମିତି ଚେକ୍ କରନ୍ତୁ ରେଜଲ୍ଟ
ICSE ରେ ୧୦ମ ପାଇଁ ୨,୪୩,୬୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ISC ରେ ୯୯,୯୦୧ ପିଲା ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀମାନେ ନିଜ ନିଜର ରେଜଲ୍ଟ ଜାଣିବା ପାଇଁ https://cisceboard.org/ ବା results.cisce.org ୱେବସାଇଟକୁ ଯାଇ ଚେକ୍ କରିପାରିବେ । ସେଥିପାଇଁ ସେମାନଙ୍କୁ ୟୁଆଇଡି ଓ ଇଣ୍ଡେକ୍ସ ନମ୍ବର ଦେବାକୁ ପଡ଼ିବ ।

କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ (CISCE) ତରଫରୁ ଦଶମ (ICSE) ଓ ଦ୍ୱାଦଶ (ISC) ବୋର୍ଡ ୨୦୨୪ ପରୀକ୍ଷାର ଫଳ ଘୋଷଣା ହୋଇଛି । ୧୦ମରେ ୯୯.୪୭% ପାସ୍ ହୋଇଥିବା ବେଳେ ISC ଦ୍ୱାଦଶରେ ୯୮.୧୯% ପିଲା ପାସ୍ ହୋଇଛନ୍ତି ।
ICSE ରେ ୧୦ମ ପାଇଁ ୨,୪୩,୬୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ISC ରେ ୯୯,୯୦୧ ପିଲା ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀମାନେ ନିଜ ନିଜର ରେଜଲ୍ଟ ଜାଣିବା ପାଇଁ https://cisceboard.org/ ବା results.cisce.org ୱେବସାଇଟକୁ ଯାଇ ଚେକ୍ କରିପାରିବେ । ସେଥିପାଇଁ ସେମାନଙ୍କୁ ୟୁଆଇଡି ଓ ଇଣ୍ଡେକ୍ସ ନମ୍ବର ଦେବାକୁ ପଡ଼ିବ ।
The Council for the Indian School Certificate Examinations announced results for the ICSE and ISC Examinations Year 2024.
2,695 schools presented candidates for the ICSE (Class X) Year 2024 Examination with 82.48% (2,223) schools attaining 100% pass percentage. 1,366 schools…
— ANI (@ANI) May 6, 2024
କେମିତି ଜାଣିବେ ଫଳାଫଳ:
ନିଜର ରେଜଲ୍ଟ ଜାଣିବା ପାଇଁ ପ୍ରାର୍ଥୀଙ୍କୁ ସର୍ବପ୍ରଥମେ ଅଫିସିଆଲ ୱେବସାଇଟକୁ ଯିବାକୁ ପଡ଼ିବ ।
ତା’ପରେ ହୋମ ପେଜରେ ଆଇସିଏସଇକୁ ସିଲେକ୍ଟ କରନ୍ତୁ ।
ଏହାପରେ ଲଗ୍ ଇନ କ୍ରେଡେନ୍ସିଆଲ୍ସ ଯେପରିକି ଇଣ୍ଡେକ୍ସ ନମ୍ବର, ୟୁଆଇଡି, କ୍ୟାପଚା କୋର୍ଡ ଦିଅନ୍ତୁ ।
ତା’ପରେ ‘ଆଇସିଏସଇ କ୍ଲାସ ୧୦ ରେଜଲ୍ଟ ୨୦୨୪’ ବା ‘ଆଇଏସସି କ୍ଲାସ ୧୨ ରେଜଲ୍ଟ ୨୦୨୪’ ସ୍କ୍ରିନରେ ଖୋଲିଯିବ । ତାହାକୁ ଡାଉନଲୋଡ୍ କରି ଆପଣମାନେ ଫଳାଫଳ ଚେକ୍ କରିପାରିବେ । ଏଥିସହିତ ରେଜଲ୍ଟର ଡିଟେଲ୍ସ ମାର୍କଶିଟ ଡାଉନଲୋଡ୍ କରି ପ୍ରିଣ୍ଟ ଆଉଟ୍ ନେଇ ପାରିବେ ।
ଯଦି କୌଣସି ପରୀକ୍ଷାର୍ଥୀ ଗୋଟିଏ କିମ୍ବା ଦୁଇଟି ପରୀକ୍ଷାରେ ଫେଲ୍ ହୋଇଛନ୍ତି, ତେବେ ସେମାନେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇପାରିବେ । ଏଥିପାଇଁ ପରୀକ୍ଷା ଜୁଲାଇରେ ହେବ ।