Below header

ମାଲକାନଗିରିରେ ଅସହ୍ୟ ଗରମ, ଶ୍ରମିକଙ୍କୁ ଦିନ ୧୧ରୁ ୩.୩୦ ପର୍ଯ୍ୟନ୍ତ କାମ ନ କରିବା ପାଇଁ ନିର୍ଦ୍ଦେଶ

ମାଲକାନଗିରି ଜିଲ୍ଲାରେ ମାର୍ଚ୍ଚରେ ଅସହ୍ୟ ଗରମ । ଏହାକୁ ନଜର ରଖି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଷ୍ମ ପ୍ରବାହକୁ ଆଖି ଆଗରେ ରଖି ଶ୍ରମିକଙ୍କୁ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ କାମ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲାରେ ମାର୍ଚ୍ଚରେ ଅସହ୍ୟ ଗରମ । ତାପମାତ୍ରା ୩୭ ଡିଗ୍ରୀ ପାର ହେଲାଣି । ଏହାକୁ ନଜର ରଖି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ଅଧିକାରୀ ମାନେ ସଠିକ୍ ଭାବେ ସଜାଗ ଓ ପ୍ରସ୍ତୁତ ରହି ଏହାର ମୁକାବିଲା କରିବା ସହ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଶୂନରେ ରଖିବା ଉପରେ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଶ୍ରମିକଙ୍କୁ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ କାମ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଖରାରେ ଯେଭଳି ବାହାରିବେ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ରଖିବାକୁ କୁହାଯାଇଛି । ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ଚିକିତ୍ସାଳୟରେ ଆବଶ୍ୟକ ଔଷଧ, ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ଓ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଏଥି ନିମନ୍ତେ ସୂଚନା ପ୍ରଦାନ ପାଇଁ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟ ରେ ଏକ ଆପତକାଳୀନ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.