ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା, ଆଜିଠୁ ଆହୁରି ଜଳିବ

ବଢ଼ିଲା ତାତି, ଆଜିଠୁ ଆହୁରି ଅସହ୍ୟ। ୪୦ ଡିଗ୍ରୀ ଛୁଇଁବ ପାରଦ। ୩୬ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା। ବଲାଙ୍ଗିର, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ପାରଦ ୩୮ ଡିଗ୍ରୀ ଛୁଇଁଛି। ଆଜି ଅଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର (କେନ୍ୟୁଜ): ବଢ଼ିଲା ତାତି, ଆଜିଠୁ ଆହୁରି ଅସହ୍ୟ। ୪୦ ଡିଗ୍ରୀ ଛୁଇଁବ ପାରଦ। ୩୬ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା। ବଲାଙ୍ଗିର, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ପାରଦ ୩୮ ଡିଗ୍ରୀ ଛୁଇଁଛି। ଆଜି ଅଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଆଗାମୀ ୨ ଦିନ ଯାଏ ଦିନର ତାପମାତ୍ରା ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବ। ରାତି ତାପମାତ୍ରାରେ ବି ୨ରୁ ୪ଡିଗ୍ରୀ ବଢିବ। ରାଜ୍ୟକୁ ବର୍ତ୍ତମାନ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ପବନ ବୋହୁଛି। ଏଥିପାଇଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି।

ଏପଟେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.