ଅହରହ ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ନିଆଁ ଲାଗି ବହୁ ଔଷଧୀୟ ଗଛ ଲତା ନଷ୍ଟ

ଜଳୁଛି ଶିମିଳିପାଳ । ଗତ କିଛି ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ଆଜି ସକାଳୁ ଶିମିଳିପାଳ ଅଭୟାରଣ୍ୟର ୧୮ଟି ପଏଣ୍ଟରେ ନିଆଁ ଲାଗିଛି ।

କରଞ୍ଜିଆ (କେନ୍ୟୁଜ): ଜଳୁଛି ଶିମିଳିପାଳ । ଗତ କିଛି ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ଆଜି ସକାଳୁ ଶିମିଳିପାଳ ଅଭୟାରଣ୍ୟର ୧୮ଟି ପଏଣ୍ଟରେ ନିଆଁ ଲାଗିଛି । ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହର ତାତି ଅସହ୍ୟ ଥିଲା ବେଳେ ଶିମିଳିପାଳରେ ନିଆଁ ଲିଭେଇବା ବନ ବିଭାଗ କର୍ମଚାରୀ ପାଇଁ ଚାଲେଞ୍ଚ ପାଲଟିଛି ।

ଉତ୍ତର ଶିମିଳିପାଳର ୪ ଟି ଏବଂ ଦକ୍ଷିଣ ଶିମିଳିପାଳର ୧୪ଟି ପଏଣ୍ଟରେ ନିଆଁ ଲାଗିଛି । ଧିରେ ଧିରେ ନିଆଁ କାୟା ବିସ୍ତାର କରୁଥିବା ବେଳେ ବନ ବିଭାଗ ନିଆଁକୁ ଆୟତ୍ତ କରିବାରେ ଅସୁବିଧା ଭୋଗୁଛନ୍ତି । ନିଆଁ ଲିଭାଇବା କାର୍ଯ୍ୟରେ ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି। ନିଆଁ ଲାଗି ବହୁ ଔଷଧୀୟ ଗଛ ଲତା ପୋଡି ନଷ୍ଟହେଉଛି ।

ଏଠାରେ ସୂଚନାଯୋଗ୍ୟ, ୨୦୨୦ ମସିହାରେ ଶିମିଳିପାଳ ଅଭୟାରଣ୍ୟରେ ୮୨୪ଟି ଫାୟାର ପଏଣ୍ଟ ଦେଖିବାକୁ ମିଳିଥିଲା । ୨୦୨୧ ମସିହାରେ ଏହା ବୃଦ୍ଧି ପାଇ ୪୪୩୯ଟି ଫାୟାର ପଏଣ୍ଟ ଏବଂ ୨୦୨୨ ମସିହାରେ ୪୮୯ ଓ ୨୦୨୩ ମସିହାରେ ମଧ୍ୟ ଅନେକ ଫାୟାର ପଏଣ୍ଟ ଦେଖିବାକୁ ମିଳିଥିଲା । ତେବେ ଚଳିତଥର ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ବନବିଭାଗ ପ୍ରାଣପଣେ ଚେଷ୍ଟା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.