Below header

ଘଷିପୁରା ରିଲାୟନ୍ସ ଟ୍ରେଣ୍ଡ ସୋରୁମ୍ ରେ ଅଗ୍ନିକାଣ୍ଡ

ଘଷିପୁରା ରିଲାୟନ୍ସ ଟ୍ରେଣ୍ଡ ସୋରୁମ୍ ରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଲାଗିଛନ୍ତି ଆନନ୍ଦପୁର ଓ ଘସିପୁରାର ୩ଗୋଟି ଦମକଳ । 

ଆନନ୍ଦପୁର : ଘଷିପୁରା ରିଲାୟନ୍ସ ଟ୍ରେଣ୍ଡ ସୋରୁମ୍ ରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଲାଗିଛନ୍ତି ଆନନ୍ଦପୁର ଓ ଘସିପୁରାର ୩ଗୋଟି ଦମକଳ ।  ଆଜି ଅପରାହ୍ନ ସମୟରେ ସୋରୁମ୍ ରେ ଥିବା ଗ୍ରୀନ୍ ରୁମ୍ କୋଠରୀରୁ ପ୍ରଥମେ ଧୁଆଁ ବାହାରିଥିଲା ଓ ଆଲଟ୍ ସାଇରନ୍ ହଠାଥ ବାଜିଥିଲା ।

ଏହି ସମୟରେ ଉପସ୍ଥିତ ଥିବା ସୋରୁମ୍ କର୍ମଚାରୀ ଓ କିଛି ଗ୍ରାହକ ଦୌଡି ବାହାରକୁ ପଳାଇଆସିଥିଲେ । ଚାହୁଁ ଚାହଁୁ ନିଆଁ ପୁରା ବିଲ୍ଡିଂ କୁ ନିଜ ଆୟତ୍ତକୁ  ଆଣିଥିଲା । ସ୍ଥାନୀୟ ଲୋକେ ଖବର ଦେବାରୁ ଆନନ୍ଦପୁର ଓ ଘସିପୁରା ଅଗ୍ନିଶମ ବିଭାଗର ୩ଟି ଦମକଳ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ  ବର୍ତ୍ତମାନ ସୁଦ୍ଧା  ନିଆଁ ଆୟତ୍ତ ହୋଇପାରି ନାହିଁ । ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ସଂଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.